www.samajalive.in
Monday, December 8, 2025
27.1 C
Bhubaneswar

ବଦଳିଲା ସରକାରୀ ଅଫିସ କାର୍ଯ୍ୟନିର୍ଘଣ୍ଟ : ପ୍ରତି ମାସର ଚତୁର୍ଥ ଶନିବାର ଛୁଟି

ଭୁବନେଶ୍ବର : ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ସରକାର ପ୍ରଶାସନିକ କାର୍ଯ୍ୟଶୈଳୀକୁ ଅଧିକ ଲୋକାଭିମୁଖୀ ଓ ଦକ୍ଷ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ଲକ୍ଷ୍ୟରେ ରଖି ଦୈନିକ ଅଫିସ କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତି ମାସର ଚତୁର୍ଥ ଶନିବାର ସାଧାରଣ ଛୁଟି ରହିବ। ସରକାରୀ କର୍ମଚାରୀମାନେ ଏଣିକି ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ମଧ୍ୟାହ୍ନ ଭୋଜନ ନିମନ୍ତେ ଦିନ ୧.୩୦ମିନିଟରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ ରହିବ। ପ୍ରତି ମାସ ଚତୁର୍ଥ ଶନିବାର ଛୁଟି ରହୁଥିଲେ ମଧ୍ୟ ପ୍ରତି ବିଭାଗୀୟ ଦପ୍ତର ଦିନ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ।

Image courtesy : Ndtv ,file Photo

ପ୍ରଶାସନିକ କାର୍ଯ୍ୟରେ ପାଞ୍ଚଟି ଟି(ଟେକ୍ନୋଲୋଜି, ଟିମ ୱାର୍କ, ଟ୍ରାନ୍ସପରେନ୍ସି, ଟାଇମ ଓ ଟ୍ରାନ୍ସଫରମେସନ)କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ବା ଆଲୋଚନାଚକ୍ର କରାଯିବ। ରାଜ୍ୟର ବିକାଶ ପାଇଁ ସେମାନଙ୍କ ଅଭିନବ ଚିନ୍ତାଧାରା ମଧ୍ୟ ପ୍ରକାଶ କରିପାରି​ବେ। ‌
ସୂଚନାଯୋଗ୍ୟ ଯେ ଏବେ ପ୍ରତି ମାସର ଦ୍ବିତୀୟ ଶନିବାର ଛୁଟି ରହୁଛି । ସରକାରୀ କାର୍ଯ୍ୟାଳୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହୁଥିବାବେଳେ ମଧ୍ୟାହ୍ନ ଭୋଜନ ପାଇଁ ୧ଘଣ୍ଟାର ସମୟ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପରିବର୍ତ୍ତିତ କାର୍ଯ୍ୟନିର୍ଘଣ୍ଟ ତତ୍କାଳ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories