www.samajalive.in
Monday, December 8, 2025
20.1 C
Bhubaneswar

ସପ୍ତାହରେ ଥରେ ବ୍ୟବହାର କରନ୍ତୁ ଏହି ଫେସ ପ୍ୟାକ

କିଛି ଘରୋଇ ଉପାୟରେ ଫେସ୍‍ ପ୍ୟାକ୍‍ ପ୍ରସ୍ତୁତ କରି ଆମେ ତ୍ବଚାକୁ ସୁସ୍ଥ ଓ ଆକର୍ଷଣୀୟ କରି ପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ବ୍ୟବହାର କରି ଉତ୍ତମ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ପାରିବା
ଶୁଷ୍କ ତ୍ୱଚା ପାଇଁ –
ଏଲୋବେରା ଜେଲ୍‍ ଓ କାକୁଡ଼ିର ରସ –
ମୁହଁର ଶୁଷ୍କ ପଣକୁ ଦୂର କରିବା ପାଇଁ ଏହି ଏଲୋବେରା ଜେଲ୍‍ ଓ କାକୁଡ଼ି ରସ ବହୁ ଲାଭଦାୟକ ଅଟେ। ଏହାକୁ ପ୍ରସ୍ତୁତ କରିବାର ଉପାୟ –
୨ ଚାମଚ ଆଲୋବେରା ଜେଲ
୧ ଚାମଚ କାକୁଡ଼ି ରସ
ଏକ ପାତ୍ରରେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ଅଧ ଘଣ୍ଟା ରଖନ୍ତୁ। ଏହା ଶୁଖିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ମୁହଁ ଧୋଇବା ପରେ ଏକ ସଫା କପଡ଼ାରେ ମୁହଁ ପୋଛି ଗୋଲାପ ଜଳ ଲଗାନ୍ତୁ। ଏହାକୁ ନିୟମିତ ଲଗାଇଲେ ଏହା ମୁହଁ ପାଇଁ ଖୁବ୍ ଲାଭଦାୟକ ଅଟେ।
ତେଲିଆ ମୁହଁ ପାଇଁ –
ଏଭୋକାଡ଼ୋ
ଅଣ୍ଡା
୨ ଚାମଚ ପେଷା ହୋଇଥିବା ଏଭୋକାଡ଼ୋ
୧ ଚାମଚ ଅଣ୍ଡାର ଧଳା ଅଂଶ
ଲେମ୍ବୁ ରସ – ଅଳ୍ପ
ଏହି ୩ଟି ଦ୍ରବ୍ୟକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ପରେ ଅଧ ଘଣ୍ଟା ମୁହଁରେ ରଖି ଧୋଇ ଦିଅନ୍ତୁ। ଏପରି ନିୟମିତ ଲଗାଇ ତ୍ୱଚାରେ ଥିବା ଅଧିକ ତେଲ ଅଂଶ ଦୂର ହୋଇଯାଏ।
ଟମାଟୋ ଫେସପ୍ୟାକ –
ଏହି ଫେସପ୍ୟାକ ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କ ପାଇଁ ବେଶ ଉପଯୋଗୀ। ଟମାଟୋକୁ ପେଷି ଦିଅନ୍ତୁ। ଏଥିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।
ଗୋଲାପ ଜଳରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ।
ଗୋଲାପ ଜଳରେ ଦହି ମିଶାଇ ଲଗାଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories