www.samajalive.in
Sunday, December 7, 2025
23.1 C
Bhubaneswar

ମହିଳା ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ୩୧୮ ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଭାରତର ଐତିହାସିକ ପ୍ରଦର୍ଶନ । ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଦମଦାର ପ୍ରଦର୍ଶନ କରିଛି । ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‍ ହରାଇ ଭାରତ ୩୧୭ ରନ୍‍ ହାସଲ କରିଛି । ୱେଷ୍ଟଇଣ୍ଡିଜକୁ ୩୧୮ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତୀୟ ମହିଳା ଟିମ୍‍ । ସବୁଠାରୁ ବଡ଼ କଥା ହେଉଛି ଭାରତର ଦୁଇ ବ୍ୟାଟର ସ୍ମୃତି ମନ୍ଧାନା ଓ ହରମନପ୍ରିତ କୌର ଶତକ ହାସଲ କରିଛନ୍ତି । ଆଜି ଟସ୍‍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ମନ୍ଧାନା ୧୧୯ ବଲରେ ୧୩ ଟି ଚୌକା ଓ ଦୁଇଟି ଛକା ମାରିବା ସହ ୧୨୩ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ ହରମନପ୍ରୀତ ମଧ୍ୟ ୧୦୭ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ । ୧୦ ଚୌକା ଓ ଦୁଇଟି ଛକା ମାରିଥିଲେ । ଏହି ମୁକାବିଲାରେ ଭାରତ ୫୦ ଓଭରରେ ୩୧୭ ରନ୍ କରିଛି । ଯାହା ଭାରତର ବିଶ୍ୱକପରେ ସର୍ବାଧିକ ସ୍କୋର ବୋଲି କୁହାଯାଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories