www.samajalive.in
Monday, December 8, 2025
20.1 C
Bhubaneswar

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବୃଆରୀ ୭ (ରବିବାର) ଅନୁଷ୍ଠିତ ହେବ। ଦିବସ ବ୍ୟାପୀ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

- Advertisement -

ଉତ୍ସବର ଏହି ପ୍ରଥମ ସଂସ୍କରଣ ନୟାଗଡ଼ ଜିଲା ଦଶପଲ୍ଲା ନିକଟବର୍ତ୍ତୀ କୁଆଁରିଆ ଜଳଭଣ୍ଡାର ନିକଟରେ ଆୟୋଜନ କରାଯାଉଛି। ପ୍ରାକୃତିକ ଶୋଭାରାଜିରେ ଭରା ନୟାଗଡ଼ ଜିଲାର ଏହି ପର୍ଯ୍ୟଟନ ସ୍ଥଳରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେବାକୁ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଉପସ୍ଥିତ ରହିବେ ଜଣାଶୁଣା କଥାକାର ଓ ଶିଶୁ ସାହିତ୍ୟିକ ଡ. ଦାଶ ବେନହୁର। କଥାକାର ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏ ଉତ୍ସବର ଉଦ୍‌ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେବେ।
ଉଦ୍‌ଘାଟନୀ ସଭାରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ନୂଆ ବହି ସହ ‘ଅକ୍ଷ’ ପତ୍ରିକା ଉନ୍ମୋଚିତ ହେବ। ଏହା ପରେ ବିଭିନ୍ନ ପ୍ରସଙ୍ଗ ଉପରେ ୪ଟି ଆଲୋଚନା ସଂପାନ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଜଣାଶୁଣା ଲେଖକମାନେ ବକ୍ତା ଭାବରେ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ସଭା ପୂର୍ବରୁ ଓ ଆଲୋଚନା ସଂପାନ ପରେ ଅନୁଷ୍ଠିତ ହେବାକୁ ଥିବା କବିତା ପାଠୋତ୍ସବରେ ନୟାଗଡ଼ ଜିଲାର ତଥା ଜିଲା ବାହାରୁ ଆସିଥିବା କବିମାନେ ଭାଗନେବେ। ଏ ଅବସରରେ ବହୁଭାଷୀ କବିତା ପାଠ ଓ ବ୍ୟଙ୍ଗ ଆସର ମଧ୍ୟ ଅନୁଷ୍ଠିତ ହେବ। ଉତ୍ସବରେ ମଞ୍ଚାସୀନ ସମସ୍ତ କବି ଓ ବକ୍ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories