www.samajalive.in
Monday, December 8, 2025
20.1 C
Bhubaneswar

ଗ୍ୟାସ ଭିତିଭୂମିର ଦ୍ରୁତ ପ୍ରସ୍ତୁତିରେ ରାଜ୍ୟ ସରକାର ସହଯୋଗ କରନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

-ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱ
-କଚ୍‍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି
-ପ୍ରଥମ ଥର ଭାରତ ସରକାର ପୂର୍ବ ଏବଂ ଉତର-ପୂର୍ବ ଅଞ୍ଚଳରେ ଗ୍ୟାସ ପାଇପଲାଇନ କାର୍ଯ୍ୟରେ ୧୦ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରୁଛନ୍ତି
-୨୦୩୦ ସୁଦ୍ଧା ଉର୍ଜା କ୍ଷେତ୍ରରେ ଗ୍ୟାସର ଭାଗ ୧୫ ପ୍ରତିଶତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ଗ୍ୟାସ ଭିତିଭୂମିର ପ୍ରକଳ୍ପ ଏବଂ କାର୍ୟ୍ୟରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦିଅନ୍ତୁ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରାକୃତିକ ଗ୍ୟାସ ସମ୍ମିଳନୀ ୨୦୨୦ରେ ଯୋଗଦେଇ ଆହ୍ୱାନ କରିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାବ୍ୟତିତ ଭାରତକୁ ଗ୍ୟାସ ଆଧାରିତ
ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଯୋଗଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଚଳିତ ଆର୍ଥିକ ବର୍ଷ ଘରୋଇ ଗ୍ୟାସ ଉତ୍ପାଦନରେ ଅଭିବୃଦ୍ଧି ଘଟିବାର ମଧ୍ୟ ସମ୍ଭାବନା ରହିଛି । ପ୍ରଥମ ଥର ପାଇଁ ଭାରତ
ସରକାର ପୂର୍ବ ଏବଂ ଉତର-ପୂର୍ବ ଅଞ୍ଚଳରେ ଗ୍ୟାସ ପାଇପଲାଇନ କାମରେ ୧୦ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରୁଛନ୍ତିା କଚ୍‍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ୟ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି।

- Advertisement -

ଗତ ୫ ବର୍ଷରେ ଅନେକ ଏଲପିଜି ଟର୍ମିନାଲ ତିଆରି କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ଏଲପିଜି ଟର୍ମିନାଲ ତିଆରି କରିବା ପାଇଁ ଯୋଜନା ଚାଲିଛି । ଏହି କ୍ଷେତ୍ରରେ ଅନେକ ପ୍ରକଳ୍ପ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଯୋଜନା ରହିଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜା କ୍ଷେତ୍ରରେ ବର୍ତ୍ତମାନ ଦେଶରେ ଗ୍ୟାସର ସେୟାର ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି। ଗ୍ୟାସ ଆଧାରିତ ଉର୍ଜାରେ ବିଶ୍ୱର ହାରାହାରି ୨୫ ପ୍ରତିଶତ ଭାଗ ରହିଥିବା ବେଳେ ଗୁଜୁରାଟର ହାର ୨୬ ପ୍ରତିଶତ ରହିଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ସିଟି ଗ୍ୟାସ ବିତରଣ(ସିଜିଡି)ର ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରାଯାଇଛି ଯାହାକୁ ରାଜ୍ୟମାନେ ମଧ୍ୟ ଗ୍ରହଣ କରିବା ନେଇ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଏଲଏନଜି ଆମଦାନୀ ବଢିଛି । ସିବିଜି ଏ ଦିଗରେ ବଡ ପଦକ୍ଷେପ। ଯାହା ପରିବେଶକୁ ସୁରକ୍ଷା ଦେବା ସହ ନିଯୁକ୍ତି ସୁଯୋଗ ଏବଂ ଅର୍ଥନୀତିକୁ ଶକ୍ତି ଦେଉଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories