www.samajalive.in
Thursday, December 11, 2025
26.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ: ଭାରତର କ୍ଷତି ୮୦୦୦କୋଟି ଡଲାର

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ୨୦ ବର୍ଷରେ ଭାରତ ହରାଇଛି ପ୍ରାୟ ୮୦୦୦ କୋଟି ଡଲାର। ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ ବିଭାଗ ତରଫରୁ ବୁଧବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ ଏହି ଦେଶର ୯୪୫୦୦ ଡଲାର କ୍ଷତି ହୋଇଛି। ତା’ ପଛକୁ ଯଥାକ୍ରମେ ଚୀନ ଓ ଜାପାନ୍‍ ରହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଚୀନର ୪୯୨୦୦ ଡଲାର ଓ ଜାପାନ୍‍ର ୩୭୬୦୦ ଡଲାର କ୍ଷତି ହୋଇଛି।
୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ଆସିଥିବା ବିପର୍ଯ୍ୟୟରେ ବିଶ୍ୱର ପ୍ରାୟ ୩ଲକ୍ଷ କୋଟି ଡଲାର କ୍ଷତି ହୋଇଛି। ଏହାର ପୂର୍ବ ଦୁଇ ଦଶନ୍ଧି ତୁଳନାରେ କ୍ଷତି ପରିମାଣ ୧୨୦% ବୃଦ୍ଧି ପାଇଛି। ଯଦି କେବଳ ପ୍ରାକୃତିକ ବିପର୍ଯ୍ୟୟକୁ ହିସାବକୁ ନିଆଯାଏ ତେବେ କ୍ଷତି ପରିମାଣ ୧୫୧% ବୃଦ୍ଧି ପାଇଛି। ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବିଗତ ୨୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଫ୍ରାନ୍ସର ୪୮୦୦ ଡଲାର, ଜର୍ମାନୀର ୫୮୦୦ ଡଲାର ଓ ଇଟାଲୀର ୫୭୦୦ ଡଲାର କ୍ଷତି ହୋଇଛି।
ଗତ ୨୦ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟରେ ୧.୩ ନିୟୁତ ପ୍ରାଣହାନି ଘଟିଥିବା ବେଳେ ୪୪୦ କୋଟି ଲୋକ ଆହତ ଓ ବାସଶୂନ୍ୟ ହୋଇଛନ୍ତି। ନିମ୍ନ ଆୟ ବର୍ଗ ଥିବା ଦେଶ ବା ଗରିବ ଦେଶର କ୍ଷୟକ୍ଷତି ପରିମାଣ ଆକଳନ କରାଯାଇନାହିଁ। ଯଦି ସେ ସବୁକୁ ହିସାବକୁ ନିଆଯାଏ ତେବେ କ୍ଷୟକ୍ଷତି ଓ ଧନଜୀବନ ହାନି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଅଧିକାଂଶ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡ଼ି ଓ ଝାଞ୍ଜି ପ୍ରବାହ ଯୋଗୁଁ ହୋଇଛି।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories