ଜୈବସାର ସଚେତନତା ଓ ତାଲିମ୍ କାର୍ଯ୍ୟକ୍ରମ

ନବରଙ୍ଗପୁର: ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମଧ୍ୟମରେ ଆଜି ଡକ୍ଷବୁଗାଁ ବ୍ଲକ ପରିସରରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ଜୈବ ସାର ବ୍ୟବହାରର ତାଲିମ୍ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡଃ..କୋମଳ ଲୋଚନ ମିଶ୍ର ଯୋଗ ଦେଇ ଚାଷୀ ମାନେ ଆଧୁନିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ନେଇ ତାହାକୁ ଜମିରେ ପ୍ରୟୋଗ କରିପାରିଲେ ଖର୍ଚ୍ଚ କମ୍ ହେବା ସହ ଉତ୍ପାଦନ ବୃଦ୍ଧି କରାଯାଇପାରିବ ବୋଲି ବ୍ୟବହାର ବୋଲି କହିଥିଲେ ।ମାଟିରେ ଜୈବ ସାର ପ୍ରୟୋଗ ଦ୍ଵାରା ଜମିର ଉର୍ବର ଶକ୍ତି ବୃଦ୍ଧି ପାଇବା ସହ ପରିବେଶ ଓ ସ୍ଵାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ ବୋଲି ଜିଲ୍ଲା ପାଳ ଡ କୋମଳ ଲୋଚନ ମିଶ୍ର ମତବ୍ୟତ କରିଥିଲେ । ଆତ୍ମର ଉପ ପ୍ରକଳ୍ପ ନିର୍ଦେଶକ କୋମଳ ଲୋଚନ ନାୟକ ଉପସ୍ଥିତ ରହି ତୈଳବୀଜ ,ଡାଲି ଜାତୀୟ ଫସଲ ସହ ମକ।,ଧାନ ଫସଲରେ ବିଭିନ୍ନ ପ୍ରକାରର ଜୈବ ସାର ପ୍ରୟୋଗ କରାଯାଇପାରିଲେ ଏହା ଦ୍ବାରା ମାଟିର ଗୁଣ ବୃଦ୍ଧି ସହ ଫସଲ ଉତ୍ପାଦନ ବୃଦ୍ଧି ପାଇପାରିବ ବୋଲି ସେ କହିଥିଲେ ।

ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ ପୁନିତ୍ ସିଂ ଚୌହାନ ଯୋଗ ଦେଇ ଧାନ ଗଛର ଚେର , ହଳଦୀ,ଅଦା ମକା ଫସଲରେ ଜୈବ ସାର ପ୍ରୟୋଗ ଦ୍ଵାରା ରୋଗ ପୋକ କମ୍ ହେବା ସହ ରାସାୟନିକ ସାର ଶତକଡା ୩୦ ଭାଗ ପର‌୍ୟ୍ୟନ୍ତ କମ୍ କରାଯାଇ ପାରିବ ବୋଲି କହିଥିଲେ ।ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ବୈଷୟିକ ଅଧିକାରୀ ଡ ଶଶାଙ୍କ ମିଶ୍ର ବୈଷୟିକ ତାଲିମ୍ ପ୍ରଦାନ କରିଥିଲେ ।ଓରମାସ ର ଉପ କାର‌୍ୟ ନିର୍ବାହୀ ଏ ଉମା ମହେଶ ଯୋଗ ଦେଇ ଚାଷୀ ମାନେ ଜୈବ ସାର ବ୍ୟବହାର କଲେ ଗ୍ରାମୀଣ ବଜାର ରେ ଏହି ଜୈବ ସାର ଉପଲଭ୍ଡ କରକ୍ଷଯାଇପାରିବ ବୋଲି କହିଥିଲେ ।

ଉମା ଶଙ୍କର ସବୁଜ ଦୁନିଆ ର ଅଧ୍ୟକ୍ଷା କ୍ରିଷ୍ଣା ନାୟକ ଯୋଗ ଦେଇ ମାଟି ସହ ସ୍ବାସ୍ଥ୍ୟ ର ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ ।ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ର କ୍ରିୟାନୟନ ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ପ୍ରାୟ ୨୦୦ ଜଣ ଚାଷୀଙ୍କୁ ଏକ କେଜି ଲେଖାଏଁ ଜୈବ ସାର ଜିଲ୍ଲାପାଳ ଡ କୋମଳ ଲୋଚନ ମିଶ୍ର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ହିରାଧର ସାହୁ ,ସୁବ୍ରତ ତାଲୁକଦାର, ସଚି କାନ୍ତ ଭୋଇ, ପ୍ରମୋଦ କୁମାର ଗିରି ଓ ସୁମନ ରାଉତ ସହଯୋଗ କରିଥିଲେ ।

 

Comments are closed.