www.samajalive.in
Thursday, December 11, 2025
26.1 C
Bhubaneswar

ଅର୍ଥ ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କ୍ୟାନ୍ସର ପୀଡିତ

ନବରଙ୍ଗପୁର: ଅର୍ଥ ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କ୍ୟାନ୍ସର ପୀଡିତ । ବୋନ୍ ଟ୍ରାସ୍ଫର୍ ପାଇଁ ୩୦ ଲକ୍ଷ ଟଙ୍କାର ଆବଶ୍ୟକ ଥିବାବେଳେ, ହୋଇପାରୁନି ଚିକିତ୍ସା । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷୀ ନଗରରେ । ସନ୍ତୋଷୀ ନଗରର ମନଜ କୁମାର ନାୟକ କ୍ୟାନ୍ସରରେ ପୀଡିତ ଅଛନ୍ତି । ପିଲାବେଳୁ ଭଲ ଛାତ୍ର ଥିଲେ ମୋନଜ । ହାଇସ୍କୁଲରେ ପଢିବା ସମୟରେ ଏନସିସିରେ ଯୋଗ ଦେଇଥିଲେ । ପାଠପଢା ପରେ ଲକ୍ଷ ଥିଲା ସେନାରେ କିମ୍ବା ନେଭିରେ ଯୋଗ ଦେବାପାଇଁ । ହେଲେ ସେ ନେଭୀ ର ପରୀକ୍ଷା ଦେବାକୁ ଯାଇଥିବା ସମୟ ରେ ଶାରୀରିକ ପରୀକ୍ଷରେ ଅସୁସ୍ଥତା କାରଣରୁ ଉତୀର୍ଣ୍ଣ ହୋଇପାରିଲେ ନାହିଁ । ଡାକ୍ତରଙ୍କୁ ଦେଖେଇ ଔଷଧ ଖାଇଲେ କିନ୍ତୁ ପରେ ଦେଢ଼ ବର୍ଷ ପରେ ଜାଣିବାକୁ ପାଇଲେ ଜେ ତାଙ୍କୁ ବୋନ କେନସର୍ ହୋଇଛି ।

ଭୁବନେଶ୍ୱର ସ୍ଥିତ ଏମସ ମେଡିକାଲରେ ଗତ ଜାନୁଆରୀ ୧୫ରୁ କେମୋ ନେଉଛନ୍ତି । ବର୍ତ୍ତମାନ ତାଙ୍କ ଚିକିତ୍ସା ଏମସରେ ସମ୍ଭବ ନୁହଁ ବୋଲି ଡାକ୍ତର ଆଶୁତୋଷ ମହାପାତ୍ର କହିଛନ୍ତି । କାରଣ ଉନ୍ନତ ଚିକିତ୍ସା ପାଇଁ ମନୋଜଙ୍କୁ କୋଲକାତା ସ୍ଥିତ ଟାଟା ମେମୋରିଆଲ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ତାହା ସହ ଵୋନ୍ ଟ୍ରାସ୍ଫର ହିଁ ଏକ ମାତ୍ର ବିକଳ୍ପ ଓ ଏହା କରିବାକୁ ହେଲେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି । ବର୍ତ୍ତମାନ ମନୋଜଙ୍କ ଚିକିତ୍ସା ପାଇଁ ଚିନ୍ତାରେ ଅଛନ୍ତି ମନୋଜ ଓ ତାଙ୍କ ସ୍ତ୍ରୀ । ସରକାରୀ ସହାୟତା ସହ ସମସ୍ତଙ୍କ ସାହାଯ୍ୟ ପାଇଲେ ସ୍ବାମୀଙ୍କୁ ଭଲ କରିପାରିବେ ଓ ସ୍ଵାଭାବିକ ଜୀବନ ଫେରିପାଇବେ ବୋଲି ନିବେଦନ କରିଛନ୍ତି ସ୍ତ୍ରୀ ଭଗବତୀ ।

Hot this week

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

Related Articles

Popular Categories