www.samajalive.in
Monday, December 8, 2025
27.1 C
Bhubaneswar

ପୂଜାପାଇଁ ଗାଇଡ଼ଲାଇନ ଜାରି କଲା ନବରଙ୍ଗପୁର ଜିଲା ପ୍ରଶାସନ

ନବରଙ୍ଗପୁର : ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଆଜି ଏକ ଗାଇଡ଼ ଲାଇନ ଜାରି କରିଛି। ସରକାରଙ୍କ ନିର୍ଦେଶ କ୍ରମେ କୋଭିଡ ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିବା ସାଙ୍ଗକୁ ଆଗକୁ ହେବାକୁ ଥିବା ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଏବଂ ଆସନ୍ତା ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପୂଜାପାଇଁ ଜିଲା ପ୍ରଶାସନକୁ ଗାଇଡଲାଇନ କରିବାକୁ ନିର୍ଦେଶ ଦେଇଥିଲେ।

ସେହି କ୍ରମରେ ନବରଙ୍ଗପୁର ଜିଲାପାଳ ଚଳିତ ବର୍ଷର ପୂଜା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ନବରଙ୍ଗପୁରରେ ଚଳିତ ବର୍ଷ ପୂଜା ଇନଡୋର ରେ କରିବା ପାଇଁ ଅନୁମତି ଥିବାବେଳେ ପୂଜା ପ୍ୟାଣ୍ଡେଲର ୩ପଟେ ବନ୍ଦ ରଖିବା ସହ କୌଣସି ବ୍ୟକ୍ତି କିମ୍ୱା ଭକ୍ତ ଦର୍ଶନ କରିପାରିବେ ନାହିଁ ଏବଂ ମୂର୍ତ୍ତି ପ୍ରତିମାର ଉଚତା ୪ଫୁଟ ରୁ କମ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥି ସହିତ ପୂଜା ହେଉଥିବା ପ୍ୟାଣ୍ଡାଲରେ ୭ଜଣ କମିଟି ସଦସ୍ୟରୁ ଅଧିକା ରହିପାରିବେ ନାହିଁ। କୋଭିଡ ନିୟମ ଅନୁଯାଇ ପୂଜା ମଣ୍ଡପ ମଧ୍ୟରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଏବଂ ସାନିଟାଈଜ ବ୍ୟବହାର ଉପରେ ଗୁରୁତ୍ୱ ଦେବାସହ ଭସାଣି ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତିରେ କୁତ୍ରିମ ପୋଖରୀ ଖୋଳି ଭସାଣି କରାଯିବ ଏବଂ ଭସାଣି କରିବା ସମୟରେ କୌଣସି ପ୍ରକାର ବାଦ୍ୟଯନ୍ତ୍ର, ପ୍ରୋସେସନ ଏବଂ ମନୋରଞ୍ଜନ କାର୍ୟ୍ୟକ୍ରମ କରି ପାରିବେ ନାହିଁ। ଯଦି ଏଥିରେ ଖିଲାପ କଲେ ସମ୍ପୃକ୍ତ ପରିଚାଳନା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଗାଇଡ଼ଲାଇନ ଜାରି କରି କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories