www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟ ଶାସନ ସଚିବଙ୍କ ସମେତ ୪ ଜଣ ସଚିବଙ୍କ ନବରଙ୍ଗପୁର ଗସ୍ତ 

ନବରଙ୍ଗପୁର : ନବରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି ୫ଟି ସଚିବ
ଭି କେ ପାଣ୍ଡିଆନ ,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ଜଳ ଉତ୍ସ ବିଭାଗ ଅନୁ ଗର୍ଗ, ଏନଏଚଏମ ମିଶନ ନିର୍ଦ୍ଧେଶିକା ସାଳିନୀ ପଣ୍ଡିତ ଏବଂ ସ୍ୱତନ୍ତ୍ର ସଚିବ ସି ଏମ ଭିନିଲ କ୍ରିଷ୍ଣା । ଓଡିଶା ସରକାରଙ୍କ ଏହି ପାଞ୍ଚ ଜଣ ପ୍ରମୁଖ ସଚିବ ଆଜି ଭୁବନେଶ୍ୱର ରୁ ଫ୍ଲାଇଟ ଯୋଗେ ଜୟପୁର ବିମାନ ବନ୍ଦର ରେ ପହଂଚିବା ପରେ, ଜୟପୁର ରୁ ନବରଙ୍ଗପୁର ପର୍ୟ୍ୟନ୍ତ ୪୪ କିଲୋମିଟର ରାସ୍ତା କାରରେ ଆସି ପହଞ୍ଚି ଥିଲେ। ଏହି ପାଞ୍ଚ ଜଣ ସଚିବଙ୍କର ନବରଙ୍ଗପୁର ରେ ମୋଟ ଦେଢ଼ ଘଣ୍ଟାର କାର୍ୟ୍ୟକ୍ରମ ରହିଥିଲା। ଏହି ଦେଢ଼ ଘଣ୍ଟା ମଧ୍ୟରେ ନବରଙ୍ଗପୁର ସହର ଉପକଣ୍ଠ ସ୍ଥିତ ବଡ଼ ଡ଼ାଇଭଟ୍ଟା ଗ୍ରାମର ବୃହତ୍ତ ଉଠା ଜଳ ସେଚନ ପ୍ରକଳ୍ପ ଓ ବଙ୍ଗଳାଗୁଡା ସ୍ଥିତ ନିର୍ମାଣାଧୀନ ଜଳ ସେଚନ ପ୍ରକଳ୍ପ ବୁଲି ଦେଖିଥିଲେ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିର୍ମାଣାଧୀନ ୨ଶହ ଶଯ୍ୟା ବିଶିଷ୍ଠ ମେଡିକାଲ ଗୃହ ଓ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟ ବୁଲି ଦେଖିବା ସହ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ପ୍ରକଳ୍ପ ଗୁଡିକ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଟୁରି ଗୁଙ୍ଗଟାଟ ନଦୀ ଉପରେ ପ୍ରସ୍ତାବିତ ବୃହତ ଜଳ ସେଚନ ପ୍ରକଳ୍ପ ଆରମ୍ଭ କରିବାକୁ ଆଉ କିଛି ଆଲୋଚନା ପରେ ଖୁବ ଶୀଘ୍ର କାର୍ୟ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ନବରଙ୍ଗପୁର ଗସ୍ତ କାର୍ୟ୍ୟକ୍ରମ ସାରି ସମସ୍ତ ସଚିବ ପୁଣିଥରେ ଫେରିଯାଇଛନ୍ତି । ଏହି ଗସ୍ତ ସମୟରେ ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏବଂ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତମ ଦାସ ଗସ୍ତ ରେ ଉପସ୍ଥିତ ଥିଲେ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories