ମୁନ୍‌‌ସୀ ପ୍ରେମଚାନ୍ଦ

ପୂଜ୍ୟ ପ୍ରଣାମ

୧୮୮୦ ମସିହା ଜୁଲାଇ ୩୧ରେ ବାରଣାସୀ ନିକଟସ୍ଥ ଲମ୍‌ହି ଗାଁରେ ଜନ୍ମଗ୍ରହଣ କରିିଥିଲେ ମୁନ୍‌ସୀ ପ୍ରେମଚାନ୍ଦ। ତାଙ୍କ ମୂଳ ନାମ ଥିଲା ଧନପତ ରାୟ ଶ୍ରୀବାସ୍ତବ। ​‌େ​‌ପ୍ରମଚାନ୍ଦଙ୍କ ଗଳ୍ପ, ଉପନ୍ୟାସରେ ଜାତିପ୍ରଥାର କୁତ୍ସିତ ଦିଗ, ମହିଳାଙ୍କ ଦୁଃଖ ଯନ୍ତ୍ରଣା, ଏବଂ ଶ୍ରମଜୀବୀ ବର୍ଗର ବ୍ୟଥା ବେଶ୍ ସୁନ୍ଦର ଭାବେ ସ୍ଥାନ ପାଇଥିଲା। ଉପନ୍ୟାସ ସମ୍ରାଟ ଭାବେ ପରିଚିତ ମୁନ୍‌ସୀ ପ୍ରେମଚାନ୍ଦ ବାରଟିରୁ ଅଧିକ ଉପନ୍ୟାସ ଓ ପ୍ରାୟ ୩୦୦ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ। ୧୯୩୪ବେଳକୁ ମାୟାନଗରୀ ବମ୍ବେ ଯାଇ ସେ ସିନେଜଗତରେ ନିଜ ଭାଗ୍ୟପରୀକ୍ଷା କରିବାକୁ ଚାହିଁଲେ କିନ୍ତୁ ସେଠିକାର ପରିବେଶରେ ଅତିଷ୍ଠ ହୋଇଗଲେ ପ୍ରେମଚାନ୍ଦ। ଗୋଟିଏ ବର୍ଷ ପରେ ସେ ବାରଣାସୀ ଫେରିଆସିଲେ। ୧୯୩୬ ଅକ୍ଟୋବର ୮ରେ ମୁନ୍‌ସୀ ପ୍ରେମଚାନ୍ଦ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

Comments are closed.