www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର! ବେନାମୀ ଚିଠିକୁ ନେଇ ହଇଚଇ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବେନାମୀ ଚିଠି । ହେଲେ ଏହି ଚିଠିର ବିଷୟବସ୍ତୁ ଅତ୍ୟନ୍ତ ମାରାତ୍ମକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଥିବାକୁ ନେଇ ଏଥିରେ ଦିଆଯାଉଛି ସୂଚନା । କେବଳ ସେତିକି ନୁହେଁ ଯେଉଁମାନେ ହତ୍ୟା ଷଡ଼ଯନ୍ତ୍ର କରିଛନ୍ତି ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ଓ ବିଶେଷଭାବରେ ଏମାନଙ୍କୁ ସୁପାରି କିଲର ବୋଲି ଏଥିରେ ଉଲ୍ଲେଖ ରହିଛି ।

- Advertisement -

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ  କିଛି ସୁପାରି କିଲର ଯେକୌଣସି ସମୟରେ ଆପଣଙ୍କ ଉପରେ ଆକ୍ରମଣ କରିପାରନ୍ତି। ସେମାନେ ବିଭିନ୍ନ ରାଜ୍ୟର କାର ସବୁ ବ୍ୟବହାର କରୁଛନ୍ତି। ଏପରିକି ଉକ୍ତ ଅପରାଧୀ ଗୋଷ୍ଠୀର ମାଷ୍ଟର ମାଇଣ୍ଡ ନାଗପୁରରେ ରହୁଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହା ସହ ଛତିଶଗଡ଼, ପଞ୍ଜାବ, ଓଡ଼ିଶା, ଦିଲ୍ଲୀ, ସିକିମ୍, ହରିଆଣା ପରି କିଛି ରାଜ୍ୟର ଗାଡ଼ି ନମ୍ବର ମଧ୍ୟ ଏଥିରେ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ବାସଭବନ ନବୀନ ନିବାସ ପକ୍ଷରୁ ଏ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ । ସାମାଜିକ ଗଣମାଧ୍ୟମରେ ଏପରି ଚିଠି ଘୂରିବୁଲୁଛି । ଏହି ଚିଠି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

ଚିଠିର ନକଲ ପୁଲିସ ମହାନିର୍ଦେଶକ, ଆଇଜି, କମିଶନରେଟ ପୁଲିସ, ଗୁଇନ୍ଦା ନିର୍ଦେଶକଙ୍କୁ ମଧ୍ୟ ପଠାଯାଇଛି । ଯେଉଁବ୍ୟକ୍ତି ଏପରି ଚିଠି ପଠାଇଛନ୍ତି ତାଙ୍କୁ ଖୋଜିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଅତ୍ୟନ୍ତ ଜରୁରୀ ବିବେଚନା କରାଯିବାକୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories