www.samajalive.in
Monday, December 8, 2025
27.1 C
Bhubaneswar

ବଢୁଛି ଆଖିତଳେ ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୁଖୀଗୁଡା: ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବ ଯୋଗୁଁ ଆଖିତଳେ ବଢୁଥିବା ମାଂସ ପିଣ୍ଡୁଳାର ଅପରେସନ କରି ପାରୁ ନାହାନ୍ତି ଖଗପତି ସାହୁ। ଆଖି ତଳେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ଗୋଟିଏ ଆଖି ଭଲ ଭାବରେ ଦେଖା ଯାଉନାହିଁ। କିଛି ସରକାରୀ ସାହାଯ୍ୟ ମିଳିଲେ ଭଲ ଡାକ୍ତର ଖାନାରେ ଚିକିତ୍ସା କରିପାରନ୍ତେ ବୋଲି ଖଗପତି ସାହୁ ଆଶା ରଖିଛନ୍ତି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଲଗୁଡ଼ ଗ୍ରାମର ଖଗପତି ସାହୁ(୫୮ ) ଙ୍କୁ ଯେତେବେଳେ ଆଠବର୍ଷ ହୋଇଥିଲା ସେତେବେଳେ ତାଙ୍କ ଗାଲରେ ଏକ ମାଂସ ପିଣ୍ଡୁଳା ବାହାରି ଥିଲା। ଧୀରେ ଧୀରେ ତାହା ବଢିବାକୁ ଲାଗିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଚିକିତ୍ସିତ ହୋଇପାରୁନ ଥିଲେ। ଗତ ୨୬ବର୍ଷ ତଳେ ନିଜେ କୁଲି ମଜୁରୀ କରି ସଞ୍ଚୟ କରିଥିବା ଟଙ୍କାରେ ଅପରେସନ କରିଥିଲେ। ହେଲେ ଅପରେସନର ଦୁଇ ବର୍ଷ ପରେ ଆଖି ତଳେ ପୁଣି ମାଂସ ବଢିବା ଆରମ୍ଭ ହେଲା। ସେ ପରିବାରର ମୁଖ୍ୟ ହୋଇଥିବା ବେଳେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଆଉ ଚିକିତ୍ସିତ ହୋଇପାରି ନାହାନ୍ତି। ସରକାରୀ ସହାୟତା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହେଲେ। ଯେଉଁ କୁଡ଼ିଆରେ ରହିଆସୁଥିଲେ ତାହା ମଧ୍ୟ ଭୁଶୁଡ଼ି ପଡ଼ିଲାପରେ ସେ ମୂଖୀଗୁଡ଼ା ସ୍ଥିତ ଏକ ଓଏଚପିସି କ୍ବାଟରରେ ରହୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସାଙ୍ଗକୁ ସରକାରୀ ସ୍ତରରେ ଚିକିତ୍ସା ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories