www.samajalive.in
Monday, December 8, 2025
20.1 C
Bhubaneswar

କୋରାପୁଟ ସାଂସଦଙ୍କ ନବରଙ୍ଗପୁର ଗସ୍ତ 

ନବରଙ୍ଗପୁର: କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଜି ନବରଙ୍ଗପୁର ଗ୍ରସ୍ତରେ ଆସି ପ୍ରଥମେ ପାପଡାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭକୁ ଯାଇ ସହିଦଙ୍କ ଉଦେଶ୍ୟରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହାପରେ ନବରଙ୍ଗପୁର ପ୍ରସିଦ୍ଧ ଲାଖ କାରୁକାର୍ୟ୍ୟ ଦେଖିବାକୁ ଯାଇ ଖୁସି ବ୍ୟକ୍ତ କରିବା ସହ ଶିଳ୍ପର କିପରି ବିକାଶ ହୋଇପାରିବ ଓ ବଜାର ସୃଷ୍ଟି କରାଯାଇ ପାରିବ ସେହି ବିଷୟରେ ଶିଳ୍ପୀ ପ୍ରଭାତି ପାତ୍ର ଓ କାଳୀ ଚ଼ରଣ ପାତ୍ରଙ୍କ ସହ ଆଲୋଚ଼ନା କରିଥିଲେ। ଏହାସହ କଞ୍ଚାମାଲ କିପରି ସଂଗ୍ରହ କରାଯାଉଅଛି ବୋଲି ପଚ଼ାରି ବୁଝିଥିଲେ ଏବଂ ଆଗକୁ ଏହାର ଉନ୍ନତି ଦିଗରେ ଦୃଷ୍ଟି ଦେବେବୋଲି କହିଥିଲେ। ତାଙ୍କ ସହିତ କୋରାପୁଟ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ରୂପକ୍ ତୁର୍କୁ, ମନଜ ଆଚ଼ାର୍ୟ୍ୟ, ବାବୁଲା ବେନୀୟା ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ରାଜ୍ୟ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, ନବରଙ୍ଗପୁର ଯୁବ କଂଗ୍ରେସ ସଭାପତି ଅଖିଳ ଭତରା, ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ରମେଶ ଖରା, ଏଆଇସିସି ସଦସ୍ୟା ମନୋଷା ତ୍ରିପାଠୀ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ବାରିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories