www.samajalive.in
Monday, December 8, 2025
27.1 C
Bhubaneswar

ପ୍ରତିଶୋଧ ପାଇଁ ୨୫୦ କୁକୁର ପିଲାଙ୍କୁ ମାରିଦେଲେ ମାଙ୍କଡ ଦଳ- ପିଲା ମାଙ୍କଡକୁ ବୁଲା କୁକୁର ମାରିଦେବାର ମାସକ ମଧ୍ୟର ଘଟଣା

ମୁମ୍ବଇ – ଏକ ପିଲା ମାଙ୍କଡକୁ ବୁଲା କୁକୁର କାମୁଡି ମାରି ଦେଇଥିଲେ। ଏହା ପରେ ସେଠାରେ ଥିବା ମାଙ୍କଡ ଗତ କିଛି ଦିନ ମଧ୍ୟରେ ପ୍ରତିଶୋଧ ପରାୟଣ ହୋଇ ଦଳବଦ୍ଧ ଭାବେ ଆକ୍ରମଣ କରି ପ୍ରାୟ ୨୫୦ ଟି କୁକୁର ପିଲାଙ୍କୁ ମାରି ଦେଇଥିବା ଟାଇମସ୍‌ ନାଓରେ ଖବର ପ୍ରକାଶିତ ହୋଇଛି । ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରେ ଏହି ଘଟଣା ଘଟିଛି । ମାସକ ମଧ୍ୟରେ ମାଙ୍କଡମାନେ ଦଳବଦ୍ଧ ହୋଇ ପ୍ରାୟ ୨୫୦ ଟି କୁକୁରଙ୍କୁ ମାରି ଦେଇଛନ୍ତି ।ମାଜଲଗାଓଁ ଅଞ୍ଚଳରେ କୁକୁର ଏକ ଛୋଟ ମାଙ୍କଡ ପିଲାକୁ କାମୁଡି ମାରି ଦେଇଥିଲେ। ସେହି ସମୟରେ ମାଙ୍କଡମାନେ ଏହାକୁ ଦେଖିଥିଲେ ।

ଏହାପରେ ମାଙ୍କଡମାନେ କୁକୁର ପିଲାଙ୍କମାନଙ୍କୁ ଉଠାଇ ନେଇ ହତ୍ୟା କରୁଛନ୍ତି । ଏମାନେ କୁକୁର ପିଲାଙ୍କୁ ଗଛ ଏବଂ ଛାତ ଉପରକୁ ନେଇ ସେଠାରୁ ଫିଙ୍ଗି ହତ୍ୟାକରୁଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି । ଏହା ବାରମ୍ବାର ଦେଖିବା ପରେ ସ୍ଥାନୀୟ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ । ମାତ୍ର ବନ ବିଭାଗ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ମାଙ୍କଡୁ ଧରିବାରେ ସମର୍ଥ ହୋଇ ନଥିବା ଗାଁ ଲୋକମାନେ ପ୍ରାକଶ କରିଛନ୍ତି ।

- Advertisement -

ସୀତାରାମ ନାଇବାଲ ନାମକ ବ୍ୟକ୍ତିଙ୍କ ପୋଷା କୁକୁରର ପିଲାକୁ ମାଙ୍କଡ ଉଠାଇ ନେଇଥିଲେ । ଏହାପରେ ସୀତାରାମ କୁକୁର ଚିତ୍କାର ଶୁଣି ତା ପଛରେ ଦୌଡି ତାକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ । ମାତ୍ର ତାଙ୍କର ଗୋଡ଼଼ ଭାଙ୍ଗିଯାଇଛି । ଏବେ ତାଙ୍କର ଚିକିତ୍ସା ଚାଲିଛି ।

ଏବେ ମାଙ୍କଡମାନେ ସ୍କୁଲ୍‌ ଯାଉଥିବା ପିଲାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡ଼଼ାଉଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ  ଏପରି ଘଟଣା କର୍ଣ୍ଣାଟକରେ ଘଟିଥିଲା। କର୍ଣ୍ଣାଟକ ଛିକାମାଗାଲୁର ଜିଲ୍ଲାର ଗୋଟିଏ ମାଙ୍କଡ ପ୍ରତିଶୋଧ ନେବା ପାଇଁ ୨୨ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ଏହି ମାଙ୍କଡଟି ଆକ୍ରମଣ କରୁବା ପରେ ଗୋଟିଏ ସ୍କୁଲ୍‌ରେ ଲୁଚି ରହୁଥିଲା। ପରେ ଗ୍ରାମବାସୀ ଏବଂ ବନ ବିଭାଗ ମାଙ୍କଡକୁ ଧରି ୨୨ କିଲୋମିଟର ଦୂର ଏକ ଜଙ୍ଗଲରେ ଛାଡିଥିଲେ । ଏହା ଏକ ଟ୍ରକ ଉପରୁ ଡେଇଁ ପୁଣି ଗାଁକି ଫେରି ଆସିଥିଲା । ପରେ ବନ ବିଭାଗର କର୍ମଚାରୀ ଏହି ମାଙ୍କଡକୁ ଧରି ଘନ ଜଙ୍ଗଲ ଭିତରେ ଛାଡ଼ିଥିଲେ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories