www.samajalive.in
Monday, December 8, 2025
20.1 C
Bhubaneswar

ରିଲିଜ୍‌ ହେଲା ‘ମୋନିକା, ଓ ମାଇଁ ଡାର୍ଲିଂ’ ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଚଳଚ୍ଚିତ୍ର ‘ମୋନିକା, ଓ ମାଇଁ ଡାର୍ଲିଂ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଟ୍ରେଲରରେ କମେଡ଼ି ଏବଂ ଡ୍ରାମା ସହିତ ଜବରଦସ୍ତ ସସପେନ୍ସ, କ୍ରାଇମ ଥ୍ରୀଲର ଆଦି ସବୁର ଝଲକ୍ ଦେଖିବାକୁ ମିଳିଛି। ଟ୍ରେଲରରେ ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ଝଟ୍‌କା ଖାଇବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ହୁମା କୁରେଶୀ ତାଙ୍କ ଚମତ୍କାର ଏଣ୍ଟ୍ରି ସହ ଟ୍ରେଲରରେ ଚାର୍‌ ଚାନ୍ଦ୍ ଲଗାଇ ଦେଇଛନ୍ତି। ଏଥିସହ ରାଧିକା ଆପ୍ଟେ ମଧ୍ୟ ଏକ ଦମ୍‌ଦାର ଅବତାରରେ ନଜର ଆସିଛନ୍ତି। ସିକନ୍ଦର ଖେରଙ୍କ ଚରିତ୍ର ବି ରହସ୍ୟ ଘେରରେ ରହିଛି। ବାସନ ବାଲାଙ୍କ ଦ୍ବାରା ନିର୍ଦେଶିତ ‘ମୋନିକା, ଓ ମାଇଁ ଡାର୍ଲିଂ’ ନଭେମ୍ବର ୧୧ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହେବ।

- Advertisement -

 

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories