www.samajalive.in
Sunday, December 7, 2025
15.1 C
Bhubaneswar

ସୋମବାର ରାଶିଫଳ (୦୨-୧୧-୨୦୨୦)

ମେଷ: କେହି ପଥରୋଧର ଉଦ୍ୟମ କରି ବିଫଳ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। କୀର୍ତ୍ତିଶାଳୀ ହୋଇପାରନ୍ତି। ସହିଷ୍ଣୁ ହେବେ। ଲୋଭହୀନ ଓ ଉଦାର ସ୍ୱଭାବଯୁକ୍ତ ହୋଇପାରନ୍ତି।

ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ; ମାତ୍ର କଷ୍ଟ ସହିବାକୁ ପଡ଼ିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସରକାର ହୁଅନ୍ତୁ ଅବା ବନ୍ଧୁ ହୁଅନ୍ତୁ ଉଭୟଙ୍କ ସହାୟତା ସ୍ୱଳ୍ପ ଲାଭଯୁକ୍ତ ହେବାର ସୂଚନା ମିଳୁଛି।

- Advertisement -

ମିଥୁନ: ଯାତ୍ରାକାଳୀନ ସତର୍କତାର ଆବଶ୍ୟକ ଅଛି। ପ୍ରତିଯୋଗିତାରେ ବିଜୟୀ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଧର୍ମ କାର୍ଯ୍ୟରେ ମତି ବଳିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଆଖି ପ୍ରତି ସାବଧାନ।

କର୍କଟ: ସାଧନାରେ ସିଦ୍ଧି ଲାଭ କରିବେ। ଆଶା ଫଳବତୀ ହେବ। ପ୍ରବଳ ମାତ୍ରାର ଜନ ସମର୍ଥନ ମିଳିବ। ଆୟ ଆଶାନୁରୂପ ହୋଇପାରେ। ଯଶସ୍ୱୀ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ଅଭିବୃଦ୍ଧି ଆଶା କରାଯାଏ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଲାଗି ରହିଥିବା ବିବାଦର ଅବସାନ ଘଟିବ।

କନ୍ୟା: କାର୍ଯ୍ୟ କ୍ଷେତ୍ରରେ ମନବାଞ୍ଛା ପୂରଣ ହେବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ପ୍ରଶଂସାର ପାତ୍ର ହେବେ। ପ୍ରବଚନ ପ୍ରିୟ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ।

ତୁଳା: ଦୂରଯାତ୍ରାରେ ସତର୍କତା ଜରୁରୀ, ସୁଖ ସନ୍ତୋଷ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ବର୍ଜନୀୟ। ସ୍ୱାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ପାଇଁ ସାବଧାନ ରହିବେ।

ବିଛା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ଧନୁ: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣପରିଶୋଧ କରିପାରନ୍ତି। ସ୍ୱଚ୍ଛ ଓ ନିରାମୟ ରହିବେ।

ମକର: ଧର୍ମ କର୍ମ ସଂପାଦନ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ବିଶେଷ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି।

କୁମ୍ଭ: ଶ୍ରମ ସାର୍ଥକ ହେବ। ପରୋପକାରୀ ହେବେ। ବିଦ୍ୱାନ୍‍ ଓ ଆଦରଣୀୟ ହେବେ। ହର୍ଷଯୁକ୍ତ ହେବା ସହିତ ଦାନ ଧ୍ୟାନରେ ରତ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ଧର୍ମାସକ୍ତ ଓ ମତିମାନ୍‍ ହୋଇପାରନ୍ତି। କାର୍ଯ୍ୟ କୁଶଳତା ମହାନ କରିପାରେ।

ମୀନ: ଶ୍ରମର ମୂଲ୍ୟାଙ୍କନ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories