www.samajalive.in
Monday, December 8, 2025
17.1 C
Bhubaneswar

ମୋହନାଠାରୁ ରା.ଉଦୟଗିରି ମଧ୍ୟରେ ୨ ଶହରୁ ଊର୍ଦ୍ଧ୍ୱ ଖାଲଖମା, ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଜାତୀୟ ରାଜପଥ ନିର୍ମାଣ ଓ ମରାମତି ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ଏପରିକି ପରିବହନ ବିଭାଗ ମଧ୍ୟ ମନ ମୁତାବକ ଗାଡି ଚାଳକ ଓ ମାଲିକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରୁଛନ୍ତି । ବିଭାଗ କିନ୍ତୁ ଜାତୀୟ ରାଜପଥ ମରାମତି କରୁନି। ବିଭାଗର ଏଥିପ୍ରତି ନଜର ପଡୁନି କିନ୍ତୁ ଜରିମାନା ଆଦାୟ କରିଥିବା ନେଇ ସୋସିଆଲ ମିଡିଆରେ ଫୋଟ ଛାଡି ବାହା ବାହା ନେଉଛି। ବିପଦପୂର୍ଣ୍ଣ ରାସ୍ତାରେ ନିରୀହ ଲୋକର ଜୀବନ ବଳି ପଡୁଛି । ରାଜ୍ୟ ରାଜପଥ ରା.ଉଦୟଗିରିଠାରୁ ମୋହନାକୁ ଆଜିକୁ ୮ବର୍ଷ ତଳେ ନିର୍ମାଣ ହୋଇଥିଲା। ଯାହାର ତଦାରଖ କରୁଥିଲେ ପୂର୍ତ୍ତି ବିଭାଗ ଏବଂ ସେହି ରାସ୍ତାଟି ରାଜ୍ୟ ରାଜପଥ ୩୨୬ (ଏ) ରୂପେ ଘୋଷଣା ହେବା ପରେ ୨୦୧୬ରେ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଚାନ୍ଦିପୁଟ ହାଟପଦା ନିକଟରେ ଥିବା ବ୍ରିଜ ସମୁଖରେ ବଡ଼ ଖାଲଟିକୁ ମରାମତି ହୋଇ ପାରିଲାନି। ସେହିପରି ମାଣିକପୁର  ନିକଟରେ ମଧ୍ୟ ଏକ ବଡ ଗର୍ତ୍ତ ରହିଛି। ସେଠାରେ ବାରମ୍ଵାର ଦୁର୍ଗଟଣା ଘଟିବା ପରେ ବିଭାଗ ପକ୍ଷରୁ ସ୍ଵଳ୍ପ ପରିମାଣର ପଥର ଗୁଣ୍ଡ ପକାଇ କାମ ଚଳା ବଜେଟ କରାଯାଇଥିଲା। ଅଦିନିଆ ବର୍ଷାରେ ତାହା ଧୋଇ ହୋଇଗଲା । ଏଭଳି ମୋହନା ଲେଡେବନ୍ଧ ପୋଲ ନିକଟର ବିରାଟ ବଡ଼ ଖାଲ ହୋଇ ରହିଛି। ତାକୁ ମଧ୍ୟ ମରାମତି କରିବାରେ ଭୁଲି ଗଲେ ବିଭାଗ। ଯାହାଫଳରେ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣାର ଶୀକାର ହେଉଛନ୍ତି ନିରୀହ ଲୋକେ। ମୋହନାଠାରୁ ରା.ଉଦୟଗିରି ମାତ୍ର ୪୭ କିଲୋମିଟର ହେଲେ ବାଇକ ଓ ବସରେ ଯିବାକୁ ଲାଗୁଛି ଦେଢରୁ ଦୁଇ ଘଣ୍ଟା କାରଣ ଏହି ରାସ୍ତାରେ ୨ ଶହରୁ ଊର୍ଦ୍ଧ୍ୱ ଖାଲ ଖମା ରହିଛି। ଏହି ରାସ୍ତା ଦେଇ ଅନେକ ଥର ମନ୍ତ୍ରୀ, ଯନ୍ତ୍ରୀ, ବିଧାୟକ, ସାଂସଦ ଓ ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯାତାୟତ କରୁଛନ୍ତି। ତଥାପି କାହାରି ନଜର ଏହି ରାଜପଥ ଉପରେ ପଡୁନି । ଏହି ରାସ୍ତା ଉପରେ କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଟିକସ ଆଦାୟ ହେଉଛି। ଅଞ୍ଚଳବାସୀଙ୍କ ଦାବି ତୁରନ୍ତ ଏହି ଜାତୀୟ ରାଜପଥ ୩୨୬କୁ ମରାମତି କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଜାତୀୟ ରାଜପଥକୁ ଅବରୋଧ କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories