www.samajalive.in
Monday, December 8, 2025
20.1 C
Bhubaneswar

ଅରିନ୍ଦମଙ୍କ ଅକାଳ ବିୟୋଗରେ ମୋହନା ସାମ୍ଵାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି 

ମୋହନା : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ମୋହନା ସାମ୍ବାଦିକ ସଂଘ ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ଵରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ସ୍ଵର୍ଗତ ଅରିନ୍ଦମ ଦାସ ଜଣେ ନିର୍ଭିକ,କର୍ମଠ , ଦାୟିତ୍ୱବାନ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ବନ୍ୟା କିମ୍ବା ବାତ୍ୟା ବେଳେ ହେଉ କିମ୍ଵା ମାଓବାଦୀ ଘଟଣା ସଂପର୍କିତ ଖବର ଗୁଡ଼ିକୁ ଲାଇଭ କଭରେଜ କରୁଥିଲେ ବୋଲି ସାମ୍ବାଦିକ ଶ୍ରୀ ଦାଶ କହିଥିଲେ। ସେ କମ ବୟସରେ ରାଜ୍ୟରେ ବେଶ ନାଁ କମାଇ ପାରିଥିଲେ । ତେବେ କିଏ ଜାଣିଥିଲା ଶୁକ୍ରବାର ତାଙ୍କର ଖବର ସଂଗ୍ରହର ଶେଷ ଦିନ ହେବ ବୋଲି କହିଥିଲେ ଓଟିଭିର ସାମ୍ବାଦିକ ମିହିର ଜତି।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଂଶୁମାନ ପଣ୍ଡା, ସୁହାନ ଛିଞ୍ଚାଣୀ, ମନ୍ମଥ ମିଶ୍ର, ମାଣିକ ଯେନା, ଯୋଗେନ୍ଦ୍ର ରଥ, ମୋଜେସ ରଇତ, ଲକ୍ଷ୍ମୀନାରାୟଣ ଆଚାର୍ୟ୍ୟ, ବିରେନ୍ଦ୍ର ନାୟକ, ସ୍ଵେଚ୍ଛାସେବୀ ସୁଧୀର ପାଇକ,ମନୋଜ ସାହୁ ଉପସ୍ଥିତ ରହି ପରିବାର ବର୍ଗଙ୍କ ପ୍ରତି ସମବେଦନା ଓ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।  ଶୁକ୍ରବାର ମୁଣ୍ଡଳୀଠାରେ ଓଡ୍ରାଫ ଟିମ ସହ ହାତୀ ଉଦ୍ଧାର ଖବର ସଂଗ୍ରହ ବେଳେ ହଠାତ ଭାରସାମ୍ୟ ହରାଇ ବୋଟ ବୁଡିଯିବା ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories