www.samajalive.in
Monday, December 8, 2025
27.1 C
Bhubaneswar

ନାଗରିକତା ଆଇନ ରାତାରାତି ହୋଇନାହିଁ, କିଛି ଲୋକ ଭ୍ରମ ସୃଷ୍ଟି କରୁଛନ୍ତି: ପ୍ରଧାନମନ୍ତ୍ରୀ

କଲକାତା: ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳନ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲକାତାର ହୁଗୁଳି ନଦୀ ପାର୍ଶ୍ଵରେ ଥିବା ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠ ଗସ୍ତ କରିଛନ୍ତି। ଏଠା​‌ରେ ମୋଦୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଅନେକ ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନିଜ ଉଦ୍‌ବୋଧନରେ ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ନାଗରିକତା ଆଇନ ରାତାରାତି ତିଆରି ହୋଇନାହିଁ। କେବଳ ଏଥିରେ କିଛି ସଂଶୋଧନ କରାଯାଇଛି। ଏହି ଆଇନ ନାଗରିକତା ଦେବାର ଆଇନ, ଛଡ଼ାଇନେବା ପାଇଁ ନୁହେଁ। ଏତେ ସ୍ପଷ୍ଟ କରିବା ପରେ ବି କିଛି ଲୋକ ଏହି ଆଇନକୁ ନେଇ ଭ୍ରମ ସୃଷ୍ଟି କରୁଛନ୍ତି। କିନ୍ତୁ ଆଜିର ଯୁବପିଢ଼ି ଏଭଳି ଲୋକମାନଙ୍କ ଭ୍ରମ ଦୂର କରୁଥିବାରୁ ମୁଁ ବହୁତ ଖୁସି। ପାକିସ୍ତାନରେ ଯେପରି ଅନ୍ୟ ଧର୍ମର ଲୋକଙ୍କ ଉପରେ ଅତ୍ୟାଚାର ହେଉଛି, ତା’କୁ ନେଇ ବିଶ୍ଵରେ ଆମ ଯୁବପିଢ଼ି ହିଁ ସ୍ବର ଉତ୍ତୋଳନ କରୁଛନ୍ତି। ଏପରି ଅତ୍ୟାଚାରିତ ଲୋକମାନଙ୍କୁ ସହାୟତା କରିବା କ’ଣ ଭୁଲ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ।

- Advertisement -

ମୋଦୀ ଆହୁରି କହିଥିଲେ, ଯୁବପିଢ଼ିଙ୍କ ମଧ୍ୟରେ ଏହି ଆଇନକୁ ନେଇ ରହିଥିବା ଭ୍ରମକୁ ଦୂର କରିବା ଆମ ଦାୟିତ୍ଵ। ମହାତ୍ମା ଗାନ୍ଧୀଙ୍କ ସମେତ ବଡ଼ ବଡ଼ ନେତାମାନେ କହିଥିଲେ ଯେ, ଆମକୁ ପାକିସ୍ତାନରେ ରହୁଥିବା ନିଜର ଭାଇ ଓ ଭଉଣୀମାନଙ୍କର ସହାୟତା କରିବା ଆବଶ୍ୟକ। ଆମେ କେବଳ ଗାନ୍ଧିଜୀଙ୍କ କଥାକୁ ପାଳନ କରିଛୁ। ଯେଉଁ କଥା ଏଠାରେ ବସିଥିବା ପିଲାମାନେ ବୁଝି ପାରୁଛନ୍ତି, ତାହା ଅନ୍ୟ ରାଜନୈତିକ ଦଳଗୁଡ଼ିକର ଲୋକେ ବୁଝିପାରୁ ନାହାନ୍ତି। ପ୍ରକୃତ କଥା ହେଲା ସେମାନେ ବୁଝିବାକୁ ହିଁ ଚାହୁଁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories