ଗରିବ ଚାଷୀର ଗୁହାରୀ ଶୁଣିଲେ ହାତୀପଲ
ସମାଜ ଡିଜିଟାଲ ଡେସ୍କ: ପଶୁ ଓ ମଣିଷର ନିଆରା ତଥା ଅନାବିଳ ସ୍ନେହ ସମ୍ପର୍କର ଅନେକ ଉଦାହରଣ ଆମେ ଦେଖି ଆସିଛେ। ଅନେକ ସମୟରେ କିଛି କହିପାରୁ ନଥିବା ଜଙ୍ଗଲୀ ପଶୁଙ୍କ ଭାଷାକୁ ବୁଝିପାରେ ମଣିଷ ଏବଂ ମଣିଷର କଥା ମଧ୍ୟ ବୁଝିପାରନ୍ତି ପଶୁ। କିଛି ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ରେଞ୍ଜ ଦେଓବନ୍ଧ ଗାଁରେ। ଏଠାରେ ୯ଟିକିଆ ହାତୀ ପଲ ଗାଁରେ ପଶି ଫସଲ ନଷ୍ଟ କରିବାରେ ଲାଗିଥିଲେ। ସେଠାରେ ଜଣେ ଚାଷୀ ନିରୁପାୟ ହୋଇ ହାତୀଙ୍କ ଶରଣ ପଶି ତାଙ୍କୁ ଦୁଃଖ ଶୁଣାଇ ନେହୁରା ହୋଇଥିଲା ସେଠାରୁ ପଳାଇଯିବା ପାଇଁ। ହାତୀକୁ ମା’ ବୋଲି ସମ୍ବୋଧନ କରି ଚାଲିଯିବାକୁ ସେ ହାତଯୋଡ଼ି ନେହୁରା ହୋଇଥିଲେ। ବହୁ କାକୁତି ମୀନତି ପରେ ହାତୀ ପଲ ଗରିବ ଚାଷୀର ଗୁହାରୀ ଶୁଣି ସେଠାରୁ ଅନ୍ୟତ୍ର ପଳାଇଥିଲେ। ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Comments are closed.