www.samajalive.in
Monday, December 8, 2025
20.1 C
Bhubaneswar

ମମତାଙ୍କ ଅନୁରୋଧକୁ ରେଳ ବିଭାଗର ମଞ୍ଜୁରୀ: ୧୦୫ ଟ୍ରେନରେ ପଶ୍ଚିବବଙ୍ଗ ଫେରିବେ ପ୍ରବାସୀ

କଲକତା: ଯାବତୀୟ ରାଜନୀତି ଓ କଥା କଟାକଟି ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ନିିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଦେଶର ବିଭିନ୍ନ ରାଜ୍ୟରୁ ୧୦୫ଟି ଟ୍ରେନ୍ ଯୋଗେ ପ୍ରବାସୀମାନେ ପଶ୍ଚିମବଙ୍ଗ ଫେରିବେ । ଏହି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ମମତା ସରକାରଙ୍କ ଅନୁରୋଧକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ।

 

- Advertisement -

ମମତା  କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ଲକ୍ଡ଼ାଉନ ଯୋଗୁଁ ଅଟକି ରହିଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଫେରାଇ ଆଣିବାକୁ ସରକାର ପ୍ରୟାସ କରୁଛନ୍ତି । ଏ ସମ୍ପର୍କରେ ସରକାର ରେଳ ବିଭାଗକୁ ସୁପାରିସ କରିଥିଲେ । ଯାହାକୁ ବିଭାଗ ମଞ୍ଜୁରୀ ପ୍ରଦାନ କରିଛି । ଏଥିଲାଗି ୧୦୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ମମତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ପ୍ରବାସୀଙ୍କ ଫେରିବା ନେଇ ଗତ କିଛିଦିନ ତଳେ ରାଜନୀତି ଜୋର ଧରିଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । ପ୍ରବାସୀଙ୍କୁ ଫେରାଇ ଆଣିବା ନିମନ୍ତେ ମମତା ଚାହୁଁ ନାହାନ୍ତି ବୋଲି ଶ୍ରୀ ଶାହା ସିଧାସଳଖ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ମମତା ସରକାର ଅନୁମତି ଦେଉ ନାହାନ୍ତି ବୋଲି ମଧ୍ୟ ଶାହା କହିଥିଲେ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଶ୍ରୀ ଶାହା ପ୍ରଶ୍ନ ଉଠାଇବା ସହ କରୋନାକୁ ନେଇ ମମତା ସରକାର ତତ୍ପର ନୁହନ୍ତି ବୋଲି କହିଥିଲେ ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories