www.samajalive.in
Monday, December 8, 2025
20.1 C
Bhubaneswar

ନକ୍ସଲଙ୍କ ଟାର୍ଗେଟରେ ବିଜେପି ନେତା: ଛଅ ଦିନରେ ଦ୍ୱିତୀୟ ହତ୍ୟା; ଅଞ୍ଚଳରେ ଆତଙ୍କ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁରରେ ନକ୍ସଲମାନେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ସହ ଜେସିବିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ଜଙ୍ଗଲାର କୋଟାମେଟାରେ ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନେତା ତଥା ଟ୍ରେଡର୍ସ ସେଲର ସଂଘର ଉପାଧ୍ୟକ୍ଷ ଥିବା ଜଙ୍ଗଲାର ବାସିନ୍ଦା କୈଲାଶ ନାଗଙ୍କୁ ବୁଧବାର ସନ୍ଧ୍ୟାରେ କୋଟମେଟାରେ ନକ୍ସଲମାନେ ହତ୍ୟା କରିଥିଲେ। ଜଙ୍ଗଲା ପୁଲିସ ଥାନା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା କୋଟାମେଟ୍ଟାରେ ଏକ ନୂତନ ପୋଖରୀ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏଠାରେ କୈଲାଶ ନାଗଙ୍କ ଜେସିବି ଗାଡି ସହିତ ପୋଖରୀ ଖୋଳା କାର୍ଯ୍ୟ ଚାଲିଥିଲା।

- Advertisement -

ଏହି ସମୟରେ ନକ୍ସଲମାନେ କୈଲାଶଙ୍କୁ ହତ୍ୟା କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଛଅ ଦିନ ମଧ୍ୟରେ ନକ୍ସଲମାନେ ଦ୍ୱିତୀୟ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଗତ ଶୁକ୍ରବାର ଦିନ ନକ୍ସଲମାନେ ତୋଏନା ଗାଁରେ ଏକ ବିବାହ ଉତ୍ସବକୁ ଯାଇଥିଲେ ବିଜେପି ନେତା ତଥା ଜିଲ୍ଲା ସଦସ୍ୟ ତିରୁପତି କାଟଲାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଛଅ ଦିନ ମଧ୍ୟରେ ଦୁଇ ବିଜେପି ନେତାଙ୍କ ହତ୍ୟା ଯୋଗୁଁ ଜିଲ୍ଲାରେ ଆତଙ୍କ ଖେଳିଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories