www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ

ମୁମ୍ବଇ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ଓ ତଦଜନିତ ବନ୍ୟା ପରିସ୍ଥିତରେ ଏପର୍ଯ୍ୟନ୍ତ ୧୪୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଥିସହିତ ରବିବାର ରାତିସୁଦ୍ଧା ୨ ଲକ୍ଷ ୩୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ରିଲିଫ ଓ ପୁନର୍ବାସ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି । ଏଥିସହିତ ଚଳିତ ବନ୍ୟାରେ ରାଜ୍ୟରେ ୩୨୪୮ ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପ୍ରାୟ ୧୦୦ ଜଣ ଲୋକ ନିଖୋଜ ଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ବର୍ଷା ଓ ବନ୍ୟାରେ ରାଜ୍ୟର ୮୭୫ଟି ଗାଁ ପ୍ରଭାବିତ ହୋଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛିଯେ ଭାରତୀୟ ନୌବାହିନୀର ପଶ୍ଚିମ କମାଣ୍ଡର ସାତଟି ଦଳଙ୍କୁ ରତ୍ନଗିରି ଏବଂ ରାଇଗଡ ଜିଲାରେ ମୁତୟନ କରାଯାଇଛି । ଏଥିସହିତ ଏନଡିଆରଏଫର ଏକାଧିକ ଦଳକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି । ଇତିମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଭିନ୍ନ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲା ଗସ୍ତକରି କ୍ଷୟକ୍ଷତି ବୁଲି ଦେଖିଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ଅନେକ ସ୍ଥାନରେ ଜନସାଧାରଣଙ୍କ ଘର ବନ୍ୟାଜଳରେ ସଂପୂର୍ଣ୍ଣ ବୁଡିରହିଛି ଏବଂ ଜଳପତନ ଦ୍ରୁତଗତିରେ ବୃଦ୍ଧିପାଇବାରୁ ସେମାନେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ସାଙ୍ଗରେ ନେଇପାରିନାହାନ୍ତି । ଏହି ସବୁ ସ୍ଥାନରେ ସଂପ୍ରତି ବିଦ୍ୟୁତ ସେବା ବନ୍ଦ ରହିଥିବାବେଳେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ସଂପୃକ୍ତ ଜିଲାର ଜିଲାପାଳମାନେ ତୁରନ୍ତ ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ଔଷଧ, ପୋଷାକ, ପାନୀୟ ଜଳ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ରାଜ୍ୟର ଏହି ବିପର୍ଯ୍ୟୟ ସମ୍ପର୍କରେ ଉଦ୍ଧବ ଠାକରେ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories