www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ରରେ କୋଠା ଭୁଷୁଡ଼ି ଘଟଣା ;୨୪ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ମହିଳା

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାୟଗଡ଼ରେ ପାଞ୍ଚ ମହଲା କୋଠା ଭୁଷୁଡ଼ିବା ଘଟଣା ୩୬ ଘଣ୍ଟାରୁ ଅଧିକ ସମୟ ବିତି ସାରିଛି। ମାତ୍ର ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଛି। ଗତକାଲି ରାତିରେ ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉକ୍ତ ମହିଳା ଜଣଙ୍କ ପ୍ରାୟ ୨୬ ଘଣ୍ଟା ସେଠାରେ ଫଶି ରହିଥିଲେ। ଏନଡ଼ିଆରଏଫ ଦଳ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।
ଏହି ଘଟଣାରେ ଏଯାଏଁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮ ଜଣ ମହିଳା ବୋଲି ଜଣାପଡ଼ିଛି। ବତ୍ତର୍ମାନ ମଧ୍ୟ ଅନେକ ଲୋକେ ନିଖୋଜ ରଖିଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଯୋଗ୍ୟ, ସୋମବାର ଏହି ଅଘଟଣ ଘଟିଥିଲା। ଏହି ବଡ଼ ଅଟ୍ଟାଳିକାରେ ପ୍ରାୟ ୪୭ଟି ପରିବାରର ୨୦୦ରୁ ଅଧିକ ଲୋକ ରହୁଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories