www.samajalive.in
Monday, December 8, 2025
17.1 C
Bhubaneswar

ରଣ୍ଢା ପ୍ରସିଦ୍ଧ ମା’ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା କୋଭିଡ କଟକଣା ସହ ଆରମ୍ଭ

ଗୋପାଳପୁର: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରଣ୍ଢା ପ୍ରସିଦ୍ଧ ମା’ ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା । ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ କଟକଣା ନିୟମ ଅନୁସାରେ ମାଙ୍କୁ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ବିଜେ କରି ପୂଜା ପାଉଛନ୍ତି ମା ପଶ୍ଚିମେଶ୍ୱରୀ। ଏହି ଠାକୁରାଣୀ ଯାତ୍ରା ଗୁରୁବାର ଦିନଠାରୁ ଆରମ୍ଭ ହୋଇ ସୋମବାର ଦିନ ଶେଷ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ ନିୟମ ଅନୁଯାୟୀ କେବଳ ପୂଜକମାନଙ୍କ ସହ ଗ୍ରାମର କେତେଜଣ ବ୍ୟକ୍ତି ମାଆଙ୍କୁ ଗ୍ରାମ ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ଅସ୍ଥାୟୀ ମନ୍ଦିରକୁ ନେଇଥିଲେ। ଗାଁ ପରିକ୍ରମା ବେଳେ ଗ୍ରାମବାସୀମାନେ ମାଙ୍କ ଗୋଡ ଧୁଆ ପରମ୍ପରା ରହିଥିବା ବେଳେ କୋଭିଡ କଟକଣା ଯୋଗୁଁ ଗୋଡଧୁଆ ବାରଣ କରାଯାଇଛି। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ବାରଣ କରାଯାଇଛି। ଏଥିସହିତ ଗ୍ରାମ ପରିକ୍ରମା ବେଳେ ଅଳ୍ପ ସଂଖ୍ୟାକ କମିଟି ସଦସ୍ୟ ଏବଂ ପୂଜାରୀମାନେ ଉପସ୍ଥିତ ରହିଥିଲେ। ପୂର୍ବରୁ ଏନେଇ ମନ୍ଦିର କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକରେ ଆଲୋଚନା କରାଯାଇଥିଲା । ଗହଳି ନକରି ଗ୍ରାମ ପରିକ୍ରମା କରି ମାଁ ସାଆନ୍ତାଣୀଙ୍କୁ ଅସ୍ଥାୟୀ ମନ୍ଦିରକୁ ନିଆଯିବ ବୋଲି ସଭାପତି ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେହିପରି ସୋମବାର ଦିନ ଅର୍ଥାତ ମାଙ୍କ ଶେଷ ଦିନରେ ମଧ୍ୟ କମ ସଂଖ୍ୟକ ଲୋକ ରହି ଗ୍ରାମ ପରିକ୍ରମା କରି ମାଙ୍କ ମୁଖ୍ୟ ମନ୍ଦିରରେ ଛଡାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ମାଙ୍କ ଅସ୍ଥାୟୀ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏହାକୁ ବାରଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହିତ କିପରି ପାଳନ କରାଯିବ ତାହା ଉପରେ ଦୃଷ୍ଟି ଦିଆଯାଇଛି ବୋଲି କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି । ଏହି ପାଞ୍ଚଦିନ ଧରି କୌଣସି ସଂସ୍କୃତି କାର୍ୟ୍ୟକ୍ରମ ହେବନାହିଁ। କେବଳ ରିତିନୀତି ଅନୁଯାୟୀ କାର୍ୟ୍ୟକ୍ରମ କରାଯିବ ବୋଲି କହିଛନ୍ତି। ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ କାଳୁ ସାବତ, ନାରାୟଣ ପାତ୍ର, ଭଗବାନ ସାହୁ, ରାଧା ମହାରଣା, ଉଦିୟ ନାଥ ସାହୁ, ପ୍ରଭାକର ଦାସ, ଭାଗ୍ୟ ବେହେରା, ଦଣ୍ଡ ସାହୁ, ଭଗବାନ ସାହୁଙ୍କ ସମେତ ରଣ୍ଢା ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories