www.samajalive.in
Monday, December 8, 2025
20.1 C
Bhubaneswar

ଅଡିଓ କ୍ୟାସେଟ୍‌ ଟେପ୍‌ର ସ୍ରଷ୍ଟା ଓଟେନ୍‌ସଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଜିର ଇଣ୍ଟରନେଟ ଯୁଗରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ସହଜ ହୋଇଯାଇଛି। କିନ୍ତୁ ଇଣ୍ଟରନେଟ୍‌ କ୍ଷେତ୍ରରେ ବିପ୍ଳବ ଆସିବା ପୂର୍ବରୁ ମନୋରଞ୍ଜନ ପାଇଁ ଗୀତ ଶୁଣିବା ଲାଗି କ୍ୟାସେଟ୍‌ ଟେପ୍‌ ସହଜ ମାଧ୍ୟମ ଥିଲା। ପୋର୍ଟେବଲ ୱାକ୍‌ମ୍ୟାନରେ କ୍ୟାସେଟ୍‌ ରଖି ଗୀତ ଶୁଣିବାର ମଜା ନେଉଥିଲେ ଯୁବପିଢ଼ି। ତେ​‌ବେ ଲୋକଙ୍କ ନିକଟରେ ଏହି ଅଡିଓ କ୍ୟାସେଟ୍‌ ଟେପ୍‌ ପହଞ୍ଚାଇଥିବା ଡଚ୍‌ ଇଞ୍ଜିନିୟର ତଥା ଅଡିଓ କ୍ୟାସେଟ୍‌ ଟେପ୍‌ର ସ୍ରଷ୍ଟା ଭାବେ ଜଣାଶୁଣା ଲୋଉ ଓଟ୍ଟେନ୍‌ସଙ୍କର ଦେହାନ୍ତ ହୋଇଯାଇଛି। ଗତ ସପ୍ତାହରେ ଓଟେନ୍‌ସଙ୍କ ହୋମଟାଉନ ଡୁଇଜେଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଗତ ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।

ଡଚ୍‌ ନ୍ୟୁଜ୍‌ ଆଉଟଲେଟ୍‌ ହ୍ୟାଣ୍ଡେଲ୍ସବ୍ଲାଡ ରିପୋର୍ଟ ଅନୁସାରେ, ୧୯୬୦ରେ ବଜାରକୁ ପ୍ରଥମେ ଏହି ଅଡିଓ କ୍ୟାସେଟ୍‌ ଆସିଥିଲା। ଏହା ପରେ ପୁରା ଦୁନିଆରେ ୧୦୦ ବିଲିୟନରୁ ଅଧିକ କ୍ୟାସେଟ୍‌ ବିକ୍ରି ହୋଇଥିଲା। ଓଟେନ୍‌ସ ବଡ଼ ରିଲ୍‌ ଟୁ ରିଲ୍‌ ଟେପ ବଦଳରେ କ୍ୟାସେଟ୍‌ ଟେପ୍‌ ଆବିଷ୍କାର କରିଥିଲେ। ରିଲ୍‌ ଟୁ ରିଲ୍‌ ଟେପ୍‌ଗୁଡ଼ିକରେ ଉଚ୍ଚ ଗୁଣବତ୍ତାର ମ୍ୟୁଜିକ ଶୁଣି ହୋଇପାରୁଥିଲା, କିନ୍ତୁ ଏହା ଅଧିକ ବଡ଼ ଏବଂ ମହଙ୍ଗା ଥିଲା। ତେଣୁ ୧୯୬୦ ଦଶକର ପ୍ରାରମ୍ଭରେ ଟେପ୍‌ ଟେକ୍ନୋଲୋଜିକୁ ଛୋଟ କରିବାରେ ସମର୍ଥ ହୋଇଥିଲେ ଓଟେନ୍‌ସ। ସେତେବେଳେ ଓଟେନ୍‌ସ ଫିଲିପ୍ସ ଟେକ୍ନୋଲୋଜି କମ୍ପାନୀର ନ୍ୟୁ ପ୍ରଡକ୍ଟ ଟେକ୍ନୋଲୋଜି ଡେଭେଲପମେଣ୍ଟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories