www.samajalive.in
Monday, December 8, 2025
27.1 C
Bhubaneswar

ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତାରେ କଳାହାଣ୍ଡିକୁ ୧୬ ପଦକ

ଲାଞ୍ଜିଗଡ଼: ଭୁବନେଶ୍ଵରସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ୧୩ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା ଗତ ଡିସେମ୍ବର ୨୧ରୁ ୨୪ତାରିଖ ଚାରିଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲାକୁ ବିଭିନ୍ନ ବର୍ଗରେ ୧୬ ପଦକ ମିଳିଛି। ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର କରାଟେ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସବ-ଜୁନିୟର ବର୍ଗ ବାଳିକା ବିଭାଗରେ କାବ୍ୟଶ୍ରୀ ମହାପାତ୍ର କୁମିତେ(ଫାଇଟିଂ)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅଭିଲିପ୍ସା ପଲେଇ କାତାରେ ରୌପ୍ୟ ଓ କୁମିତେ(ଫାଇଟିଂ)ରେ କାଂସ୍ୟ ଓ ଅରପିତା ବାଡତିଆ କୁମିତେ(ଫାଇଟିଂ)ରେ ରୌପ୍ୟ ପଦକ ହାସଲ କରିଛନ୍ତି। ବାଳକ ବିଭାଗରେ ସୋୟଂମ ଓଡ଼ିଆ କୁମିତେ(ଫାଇଟିଂ)ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅଭିଲିପ୍ସା ପଲେଇ କାତାରେ ଦ୍ଵିତୀୟ ହୋଇ ରୌପ୍ୟ ଓ କୁମିତେ(ଫାଇଟିଙ୍ଗ)ରେ ତୃତୀୟ ସ୍ଥାନ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଛନ୍ତି।

ସେହିପରି ୧୩ ବର୍ଷରୁ କମ ବାଳକ ବାଳିକା ବିଭାଗରେ ସୋନକ ସମଦର୍ଶି ସାହୁ କୁମିତେ(ଫାଇଟିଙ୍ଗ)ରେ ତୃତୀୟ ସ୍ଥାନ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଥିବା ବେଳେ ଲୋକେସ ବିଶ୍ବାଳ କୁମିତେ(ଫାଇଟିଂ)ରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଅର୍ପିତା ବାଡ଼ତିଆ କୁମିତେ(ଫାଇଟିଂ)ରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରି ରୌପ୍ୟ ପଦକ ହାସଲ କରିଥିଛନ୍ତି। ୧୬ ବର୍ଷରୁ କମ ବାଳକ ବିଭାଗରେ ହିତେଶ କୁମାର ମହାଖୁଡ କାତାରେ ତୃତୀୟ ସ୍ଥାନ ଅଧିକାର କରି ଦୁଇ ଗୋଟି କାଂସ୍ୟ ପଦକ ପଦକ ହାସଲ କରିଥିବା ବେଳେ କିରନ ବେମାଲ କୁମିତେ(ଫାଇଟିଂ)ରେ ରୌପ୍ୟ ଓ କାତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ୧୮ ବର୍ଷରୁ କମ ବାଳକ ବାଳିକା ବିଭାଗରେ ଆଦ୍ୟସା ପ୍ରିୟଦର୍ଶୀ ଦାସ କାତାରେ ରୌପ୍ୟ ପଦକ ଓ କୁମିତେ(ଫାଇଟିଂ)ରେ କାଂସ୍ୟ ପଦକ ହାସଲ କରିଥିବା ବେଳେ ଲୋକେଶ କୁମାର ମହାଖୁଡ କାତାରେ ତୃତୀୟ ସ୍ଥାନ ଗ୍ରହଣ କରି ଦୁଇ ଗୋଟି କାଂସ୍ୟ ପଦକ ହାସଲ କରିଛନ୍ତି। କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ଙ୍କ ନେତୃତ୍ୱରେ ଏହି ଖେଳାଳିମାନେ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗୀମାନଙ୍କୁ ବେଦାନ୍ତ ଆଲୁମିନା ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଏସ୍‌ଆର୍ ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ସ୍କୁଲର ଅଧ୍ୟକ୍ଷ ସଦାନନ୍ଦ ହୋତା, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ସଂପାଦକ ସୁରେଶ ଜାଲ ୟାଦବ, ବେଦାନ୍ତ ସିଏସ୍‌ଆର୍ ଅଭିନବ ପ୍ରତାପଙ୍କ ସମେତ ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ବେଦାନ୍ତ ଲିମିଟେଡ୍ କର୍ମଚାରୀମାନେ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories