କେଟଗଡ : କୋଟଗଡ ବ୍ଲକର କୋଟଗଡ ଗ୍ରାମ ପଞ୍ଚାୟତରେ ଆଜି ପିଠା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାକରା, ଆରିଶା ଭଳି ପିଠା ମୁଖ୍ୟ ଆକର୍ଷଣ ଥିଲା । ଏହାକୁ ସତ୍ୟସାଇ ଓ ଠାକୁରାଣୀ ମହିଳା ସ୍ୱୟଂ ସହାୟକ ସଂଘର ମହିଳା ମାନେ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିଥିଲେ । ଏଥିରେ ମୁଖ୍ୟ ଅତିଥିରୁପେ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ପିଠା କାଯ୍ୟକ୍ରମର ଉଦେଶ୍ୟ ଏବଂ ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ କଳାକାର ଭତ୍ତା, ଆବାସ ଯୋଜନାର ସଫଳ ରୁପାୟନ କଲେ ମିଳୁଥିବା ଆର୍ଥିକ ସହଯୋଗ, ମୁଖ୍ୟମନ୍ତ୍ରୀଙ୍କ ଲୋକାଭମୁଖୀ ଯୋଜନା ଗୁଡିକ ବଷୟରେ ସଚେତନତା କରିଥିଲେ । କୃଷି, ଶିଶୁ ଓ ମହିଳା ବିଭାଗ, ମତ୍ସ୍ୟ , ଶ୍ରମ, ବିଜୁଳି ଆଦି ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜର ବିଭାଗରୁ ଲୋକଙ୍କୁ ମିଳୁଥିବା ସାହାଯ୍ୟ ସମ୍ପର୍କରେ ଜଣାଇଥିଲେ ।
Popular Categories



