www.samajalive.in
Sunday, December 7, 2025
14.1 C
Bhubaneswar

ଢୁଢେଶ୍ୱରଙ୍କ ବାରୁଣୀ ସ୍ନାନ ପୂଜା : ମହାଦେବଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଢୁଢେଶ୍ୱର ଶୈବପୀଠରେ ମହାଦେବଙ୍କ ବାରୁଣୀ ସ୍ନାନ ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥର ସହିତ ଲୋକେ ଢୁଢୁଆ ବାରୁଣୀ ମେଳାର ଆନନ୍ଦ ନେଇ ପାରିଛନ୍ତି। କୋଭିଡ ନିୟମ ଯୋଗୁ ନିଜ ଆରାଧ୍ୟ ଠାକୁରଙ୍କୁ ଦର୍ଶନ କରିନପାରି ଦୀର୍ଘ ଦିନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁ ମାନେ ସପରିବାରେ ଢୁଢୁଆରେ ପ୍ରକୃତି ଶମ୍ଭୁତ ମହାଦେବ ବାବା ଢୁଢେଶ୍ୱରଙ୍କୁ ଲକ୍ଷାଧିକ ସଂଖ୍ୟାରେ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଢୁଢୁଆ ବାରୁଣୀ ମେଳା ମୟୂରଭଞ୍ଜ ଜିଲାର ଅନ୍ୟତମ ପ୍ରସିଦ୍ଧ ମେଳା । ସକାଳରୁ ସଞ୍ଜ ଯାଏ ମେଳା ସ୍ଥଳକୁ ଲୋକଙ୍କ ଆସିବା ଯିବା ଲାଗି ରହିଥାଏ। ଗଙ୍ଗାହର ନଦୀ ଅବବାହିକାରେ ପଥର ଶଯ୍ୟାରେ ଥିବା ଏକ ଖୋଲ ମଧ୍ୟରେ ମହାଦେବ ଆବିର୍ଭୁତ। ନଦୀର ଜଳ ପ୍ରବାହିତ ହେବା ବେଳେ ପଥର ଖୋଲ ମଧ୍ୟରେ ମହାଦେବଙ୍କ ମସ୍ତକରେ ଜଳ ପଡି ନିମ୍ନଗାମୀ ହୋଇଥାଏ। କେବଳ ବାରୁଣୀ ସ୍ନାନ ଯୋଗରେ ନଦୀର କ୍ଷୀଣ ଜଳ ସ୍ରୋତକୁ ଅସ୍ଥାୟୀ ଭାବେ ରୋକା ଯାଇଥାଏ ଓ ପଥର ଖୋଲ ଭିତରୁ ପାଣି ନିଷ୍କାସନ କରାଯାଇ ମହାଦେବଙ୍କ ପୂଜା ଅର୍ଚ୍ଚାନା କରାଯାଇଥାଏ।
ବାବା ଢୁଢେଶ୍ୱର ଅତ୍ୟନ୍ତ ପ୍ରତ୍ୟକ୍ଷ ଓ ତାଙ୍କ ମସ୍ତକରେ ପଡି ଝରିଯାଉଥିବା ଜଳରେ ଏହି ଦିନ ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଆସିଛି। ବାରୁଣୀ ସ୍ନାନ ତିଥିରେ ଠାକୁରଙ୍କ ଦର୍ଶନ ଓ ପୂଜା କଲେ ମାନସିକ ପୂରଣ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ବୁଧବାର ପ୍ରାତଃ ସମୟରେ ଢୁଢେଶ୍ୱରଙ୍କ ନିତ୍ୟ ପୂଜା ସମାପନ ହୋଇଥିଲା। ୬ଟା ବେଳକୁ ପ୍ରଥମେ କମିଟି ପୂଜା ଅନୁଷ୍ଠିତ ହେବା ପରେ ସାର୍ବଜନୀନ ପୂଜା ଆରମ୍ଭ ହୋଇଥିଲା। ମୁଖ୍ୟ ପୂଜକ ରାଜୀବ ଲୋଚନ ତ୍ରିପାଠୀଙ୍କ ସମେତ ନଅ ଜଣ ପୂଜକଙ୍କ ଦ୍ୱାରା ପୂଜା କାର୍ଯ୍ୟ ପରିଚାଳନା କରା ଯାଇଥିଲା। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ନିମ୍ନ କୁଣ୍ଡରେ ଭାଡି ନିର୍ମାଣ କରାଯାଇଥିବା ଓ ଦେବ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଧାଡିରେ ଯିବାର ବ୍ୟବସ୍ଥା କରା ଯାଇଥିଲା ବେଳେ କମିଟିର ସଦସ୍ୟ, ଖୁଣ୍ଟା ସ୍ନାତକ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଓ ପୁଲିସ ସେମାନଙ୍କୁ ସହାୟତା କରିଥିଲେ।
ସାନଖୁଣ୍ଟା ଗ୍ରାମ ପଞ୍ଚାୟତ ପକ୍ଷରୁ ତୃଷାର୍ତ୍ତ ମାନଙ୍କ ପାଇଁ ଦହି ସରବତ କେନ୍ଦ୍ର ଖୋଲା ଯାଇଥିଲା। ଏହି ସମୟରେ ଉଠା ଦୋକାନୀ ମାନଙ୍କ ସମାଗମ ବାରୁଣୀ ମେଳା ସ୍ଥଳୀକୁ ଚଳଚଞ୍ଚଳ କରିଥିଲା ବେଳେ ବାରୁଣୀ ମେଳା କମିଟିର ସଭାପତି ଭରତ ଚନ୍ଦ୍ର ଖିଲାର ଓ ସମ୍ପାଦକ ରଭୀନ୍ଦ୍ର ହେମ୍ବ୍ରମଙ୍କ ନେତୃତ୍ୱରେ କମିଟି ସଦସ୍ୟ ମାନେ ପୂଜା ଓ ମେଳା ପରିଚାଳନା କରିଥିଲେ। ପୁଲିସ ପକ୍ଷରୁ ଏକ ଅସ୍ଥାୟୀ ଆଉଟ ପୋଷ୍ଟ ଖୋଲା ଯାଇଥିଲା। ଖୁଣ୍ଟା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ବାରୁଣୀ ପୂଜା ସ୍ଥଳ ପରିଦର୍ଶନ କରିଥିବା ବେଳେ ସନ୍ଧ୍ୟାରେ କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories