www.samajalive.in
Monday, December 8, 2025
27.1 C
Bhubaneswar

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫.୫ଲକ୍ଷ ଲୁଟ ଘଟଣା: ୩ ଅଭିଯୁକ୍ତ ଗିରଫ,ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ଖୋର୍ଦ୍ଧା: ରାମେଶ୍ୱର ଛକ ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫.୫ ଲକ୍ଷ ଲୁଟ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିବା ଖୋର୍ଦ୍ଧା ଏସ.ପି ରାଜ କିଶୋର ଦୋରା ଜଙ୍କିଆ ଥାନାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ,ଦୁଇ ରାଉଣ୍ଡ ଗୁଳି,ଗୋଟିଏ ଖଣ୍ଡା ସହ ଲୁଟ ଅର୍ଥରୁ ୧,୦୧,୭୮୦/-ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନିରାକାରପୁର ଥାନା ଖଜୁରୀପଡାର ଅନୀଲ କୁମାର ସୁନ୍ଦରାୟ ଓରଫ ଡାକା, ପଦ୍ମପୁରର ସିଦ୍ଧାନ୍ତ କୁମାର ସ୍ୱାଇଁ, ଜଙ୍କିଆ ଥାନା ବାଲିଗାଡିଆ ଗ୍ରାମର ଧଣ୍ଡୁଆ ଓରଫ ପୀତାମ୍ବର ବଳିୟାରସିଂ।

ଚଳିତ ମାସ ୧୫ ତାରିଖ ଦିନ ସାଢେ ତିନିଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ-ଜଙ୍କିଆ ମଝିରେ ଥିବା ମଲାଗୁଣୀ ନଦୀ ନିକଟରୁ ପେଟ୍ରୋଲ ପମ୍ପ କର୍ମଚାରୀ ସଂଗ୍ରାମ କେଶରୀ ଜୟସିଂ ଓ ସୁମନ୍ତ ବେହେରା ସ୍କୁଟିରେ ୫.୫ଲକ୍ଷ ଟଙ୍କା ନେଇ ଜଙ୍କିଆ ଓଡିଶା ଗ୍ରାମ୍ୟବ୍ୟାଙ୍କକୁ ଜମାକରିବାକୁ ଆସୁଥିବା ବେଳେ ଲୁଟର ଶିକାର ହୋଇଥିଲେ। ଦୁର୍ବତମାନେ ଦୁଇଟି ମଟର ସାଇକେଲରେ ଆସି ସ୍କୁଟିକୁ ଧକ୍କାଦେଇ ତଳେ ପକେଇ ଦେଇଥିଲେ। ପଡିଯିବା ପରେ ବନ୍ଧୁକ, ଖଣ୍ଡା ଦେଖାଇ ଡିକିରେ ଥିବା ଟଙ୍କାକୁ ଲୁଟି ନେଇଥିଲେ। ଜଙ୍କିଆ ଆଇସି ସତ୍ୟବ୍ରତ ଲେଙ୍କା ଓ ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ, ଏସଆଇ ପିଏଲ ବେହେରା ଓ ଖୋର୍ଦ୍ଧା ସ୍ପେସାଲ ସ୍ୱାର୍ଡକୁ ନେଇ ଦୁର୍ବୁତଙ୍କୁ ଧରିବାକୁ ଟିମ ଗଠନ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀଦୋରା ସୂଚନାଦେଇଛନ୍ତି। ଏହି ସାମ୍ବଦିକ ସମ୍ମିଳନୀରେ ଏସଡିପିଓ ସୁଶିଲ କୁମାର ମିଶ୍ର ଓ ଦୁଇ ଥାନା ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories