www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦୁଝର ଜିଲାରୁ ପୁଣି ୭୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୩୭ ଛୁଇଁଲା

କେନ୍ଦୁଝର: କେନ୍ଦୁଝର ଜିଲାରୁ ସୋମବାର ଦିନ ପୁଣି ଆଉ ଜଣେ ୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଏହାକୁ ମିଶାଇ ଜିଲାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୩୭ ରେ ପହଞ୍ଚିଛି। ସେଥି ମଧ୍ୟରୁ ୪୭୩୯ ଜଣ ସୁସ୍ଥ ହୋଇ ସାରିଲେଣି । କିନ୍ତୁ ଜିଲାର ବିଭିନ୍ନ କୋଭିଡ୍ ଡାକ୍ତରଖାନା ଓ କୋଭିଡ୍ କେଆର ସେଣ୍ଟର୍‌ରେ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୪୮୬ ଜଣ ଆକ୍ରାନ୍ତ ଚିକିସାôଧିନ ଥିବା ଜଣାପଡିଛି। ତେବେ ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଯୋଡା ପୌରପାଳିକାରୁ ୨ ଜଣ ରହିଥିବାବେଳେ ପାଟଣା ବ୍ଲକରୁ ୨ ଜଣ,ହରିଚନ୍ଦନପୁର ବ୍ଲକରୁ ୫ଜଣ, ଘଟଗାଁ ବ୍ଲକରୁ ୭ ଜଣ, କେନ୍ଦୁଝର ସଦର ବ୍ଲକରୁ ୭ ଜଣ ଥିବା ଜଣାପଡିଛି। ଅପରପକ୍ଷରେ ସୋମବାର ଚିହ୍ନଟଙ୍କ ମଧ୍ୟରୁ ଚମ୍ପୁଆ ବ୍ଲକରୁ ୪ଜଣ,ତେଲକୋଇ ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ଘଷିପୁରା ବ୍ଲକରୁ ୭ଜଣ, ଆନନ୍ଦପୁର ବ୍ଲକରୁ ୨ ଜଣ, ଆନନ୍ଦପୁର ପୌରପାଳିକାରୁ ୫ଜଣ, କେନ୍ଦୁଝର ପୌରପାଳିକାରୁ ୨୧ ଜଣ,ହାଟଡିହି ବ୍ଲକରୁ ୩ଜଣ, ତେଲକୋଇ ବ୍ଲକରୁ ୨ ଜଣ, ଝୁମ୍ପୁରା ବ୍ଲକରୁ ୨ ଜଣ ଓ ବଡବିଲ ପୌରପାଳିକାରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଜିଲାର ସମସ୍ତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୧.୭୨% ଲୋକ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ସୋମବାର ଜିଲାରୁ ୧୭୫୩ ଜଣଙ୍କର ନମୂନା ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ଏହି ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ପରିସ୍ଥିତିକୁ ଦେଖି ପ୍ରଶାସନ ତରଫରୁ ସଚେତନ ରହିବା ସହ ସଦା ସର୍ବଦା ମାସ୍କ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ସହ କରୋନା ଗାଇଡ୍ ଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories