www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଦ୍ଧାରିତ ସମୟ ପୂର୍ବରୁ ଭିନ୍ନକ୍ଷମଙ୍କ ଖାତା ଛଡ଼ାଇ ନେଲେ ଅଧ୍ୟାପକ, ଦାବିପତ୍ର ଦେଲେ ଅଭିଭାବକ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୋଟଗରା ପଞ୍ଚାୟତର ପରିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଚାଲିଥିଲାବେଳେ ଧାର୍ଯ୍ୟ ସମୟର ଘଣ୍ଟାଏ ପୂର୍ବରୁ ଅଧ୍ୟାପକ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ଖାତା ଛଡ଼ାଇ ନେଇଛନ୍ତି। ପ୍ରତିବାଦରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି କଲେଜ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଦାବିପତ୍ର ଦେଇଛନ୍ତି ଅଭିଭାବକ। କାମାକ୍ଷାନଗର ବ୍ଲକ କଦଳୀପାଳ ଗ୍ରାମର ବିନୋଦ ବିହାରୀ ମହାଭୋଇଙ୍କ ପୁଅ ଦିବ୍ୟରଞ୍ଜନ ମହାଭୋଇ ପଣ୍ଡୁଆସ୍ଥିତ ପାରିମାଳ ମାଧ୍ୟମିକ ବିଦ୍ୟାଳୟରେ +୨ ଭୋକେସନାଲ ପରୀକ୍ଷା ଦେଉଛନ୍ତି। ଦିବ୍ୟରଞ୍ଜନ ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାବେଳେ ସେ ପରୀକ୍ଷା ଦେବା ସମୟରେ ଜଣେ ସାହାଯ୍ୟକାରୀଙ୍କ ସହାୟତାରେ ପରୀକ୍ଷା ଦେଉଛନ୍ତି। ତେବେ ଗତ ୨୪ ତାରିଖରେ ଦିବ୍ୟରଞ୍ଜନ ନିଜ ସାହାଯ୍ୟକାରୀଙ୍କ ସହ ପାରିମାଳ ମହାବିଦ୍ୟାଳୟଠାରେ ବିଜ୍‌ନେସ ମ୍ୟାନେଜମେଣ୍ଟ ବିଷୟରେ ପରୀକ୍ଷା ଦେଉଥିଲେ। ତାଙ୍କ ପାଇଁ ହୋଇଥିବା ନିର୍ଦ୍ଧାରିତ ସମୟର ପ୍ରାୟ ଘଣ୍ଟାଏ ପୂର୍ବରୁ ପରୀକ୍ଷା ପରିଚାଳନା କରୁଥିବା ଅଧ୍ୟାପକ ନିର୍ମଳ କୁମାର ସାହୁ ଦିବ୍ୟରଞ୍ଜନଙ୍କ ସାହାଯ୍ୟକାରୀଭାବେ ଖାତାରେ ଲେଖୁଥିବା ଜନୈକା ଛାତ୍ରୀଙ୍କଠାରୁ ଖାତା ଛଡାଇ ଆଣିଥିଲେ। ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ପିଲା, ନିଜ ଭବିଷ୍ୟତ ପାଇଁ ସରକାରୀ ନିୟମ ଅନୁସାରେ ସାହାଯ୍ୟକାରୀଙ୍କ ସହାୟତାରେ ପରୀକ୍ଷା ଦେଉଥିବାବେଳେ କାହିଁକି ଧାର୍ଯ୍ୟ ସମୟ ପୂର୍ବରୁ ତାଙ୍କ ପରୀକ୍ଷା ଖାତା ଛଡାଇ ନିଆଗଲା, ସେହି ପ୍ରତିବାଦରେ ଦିବ୍ୟରଞ୍ଜନଙ୍କ ବାପା ବିନୋଦ ବିହାରୀ ମହାଭୋଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ପୁଅ ଭବିଷ୍ୟତରେ ପାସ୍ ନକରି ଫେଲ୍ ହୁଏ ତାହାଲେ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ଅଧ୍ୟାପକ ଦାୟୀ ରହିବେ ବୋଲି ସେ କହିଛନ୍ତି। ତେବେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଅଭିଯୋଗକୁ ଗ୍ରହଣ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ପିଲାକୁ ଏପରି ନିର୍ଦ୍ଧାରିତ ସମୟ ପୂର୍ବରୁ ଖାତା ଛଡାଇନେବା ମାମଲାରେ ପାରିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories