www.samajalive.in
Monday, December 8, 2025
20.1 C
Bhubaneswar

ଜଳ ପ୍ରପାତର ବିକାଶ ପାଇଁ ଡଙ୍ଗରିଆକନ୍ଧଙ୍କ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ରାଇଲିମା ଗ୍ରାମ ନିକଟ ନିୟମଗିରି ପାହାଡରୁ ବାହାରୁଥିବା ଜଳପ୍ରପାତ ବିକାଶ ଓ ସୌନ୍ଦର୍ଯ୍ୟ ଅପେକ୍ଷାରେ ରହିଛି। ଏହାକୁ ନେଇ କଲ୍ୟାଣସିଂହପୁର ବ୍ଳକ ଅଫିସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ରାଇଲିମା ଗ୍ରାମର ଅଧିବାସୀ ଡଙ୍ଗରିଆ ମହିଳା ପୁରୁଷମାନେ ଆସି ଅଭିଯୋଗ ପତ୍ର ଦେଇଛନ୍ତି।

ସୁନ୍ଦର ପାହାଡ ଘେରା ସାଙ୍ଗକୁ ଘଞ୍ଚ ଜଙ୍ଗଲ ଓ ନିୟମଗିରି ପାହାଡରୁ ବାହାରୁଥିବା ଜଳପ୍ରପାତ ଦେଖିବାକୁ ଏଠାକୁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ରହିଥାଏ। ବିପର୍ଯ୍ୟସ୍ତ ରାସ୍ତାଘାଟ ସାଙ୍ଗକୁ ମୋବାଇଲ୍‌‌ ସେବା ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଭଳି ଭିତ୍ତିଭୂମିର ବିକାଶ କରାଯାଇ ପାରିଲେ ଏଠାରେ ରାଜ୍ୟ ଓ ଦେଶ ବାହାର ପର୍ଯ୍ୟଟକଙ୍କ ଲମ୍ବା ଧାଡ଼ି ଲାଗିପାରନ୍ତା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାୟଗଡା ଜିଲ୍ଲାର ଅପହଞ୍ଚ ଇଲାକାରେ ଅବସ୍ଥିତ ଏହି ଜଳପ୍ରପାତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହି ପର୍ଯ୍ୟଟକଙ୍କ ଆଢୁଆଳରେ ରହିଛି। ଏହି ଜଳପ୍ରପାତଟି ନିୟମିତ ଝରଝର ହୋଇ ତଳକୁ ଖସିପଡୁଛି ଝରଣା। ଏହି ମନରୋମ ଜଳପ୍ରପାତ ସହିତ ଏଠାକାର ଶାନ୍ତଶୀତଳ ସବୁଜିମା ଭରା ପରିବେଶ ପର୍ଯ୍ୟଟକଙ୍କୁ ସର୍ବଦା ଆକର୍ଷିତ କରିଥାଏ।

- Advertisement -

ଯଦି ଆପଣମାନେ ଆସିବା ପାଇଁ ଚାହାଁନ୍ତି ତେବେ ରାୟଗଡା ସହରଠାରୁ ୫୦ କିଲୋମିଟର କଲ୍ୟାଣସିଂହପୁର ସେହିଠାରୁ ୧୦ କିଲୋମିଟର ଏହି ରାଇଲିମା ଜଳପ୍ରପାତର ଏହି ମନୋଲୋଭା ଦୃଶ୍ୟ ଦେଖି ପାରିବେ। ଯିଏ ନ ଦେଖିଛି ସେ ହୃଦୟଙ୍ଗମ କରିପାରିବ ନାହିଁ। ମନୋରମ ଜଙ୍ଗଲ, ସବୁଜିମା ବୃକ୍ଷରାଜି ସାଙ୍ଗକୁ ଦୂର ପାହାଡରୁ କୁଳୁକୁଳୁ ହୋଇ ବହି ଆସୁଥିବା ସୁଦୃଶ୍ୟ ଝରଣାଟି ରାଇଲିମା ଜଳପ୍ରପାତ ଭାବେ ପରିଚିତ। ଜଳପ୍ରପାତ ପାଖରୁ ଠିଆ ହୋଇ ଏହାର ଦର୍ଶନ କଲେ ଏହାର ସୌନ୍ଦର୍ଯ୍ୟ କୌଣସି ଗୁଣରେ କାଶ୍ମୀରଠାରୁ କମ୍‌‌ ହେବ ନାହିଁ ବୋଲି ପର୍ଯ୍ୟଟକମାନେ ମତ ଦିଅନ୍ତି। ଏହି ସ୍ଥାନକୁ ଯେ କେହି ଥରେ ଆସିଛି ଏହାର ସୌନ୍ଦର୍ଯ୍ୟର ମାୟା ଜାଲରେ ଛନ୍ଦି ହୋଇଯାଇଛି। ସେ ନିଶ୍ଚୟ ପୁନର୍ବାର ଏଠାକୁ ଆସିବାକୁ ବ୍ୟାକୁଳିତ ହୋଇଥାଏ। ଏଠାକୁ ପ୍ରତିବର୍ଷ ଜାନୁଆରୀ ଓ ଡିସେମ୍ବରରେ ନୂତନ ବର୍ଷ ଅବସରରେ ହଜାର ହଜାର ପର୍ଯ୍ୟଟକ ବଣ ଭୋଜି କରିବା ପାଇଁ ଆସିଥାନ୍ତି। ଯଦି ଏହି ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ସରକାର ଦୁଷ୍ଟି ଦେଇ ପଦକ୍ଷେପ ନେଲେ ଏହା ନିଶ୍ଚିତ ଭାବେ ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରନ୍ତା ବୋଲି ସ୍ଥାନୀୟ ଲୋକମାନଙ୍କ ସହ ଡଙ୍ଗରିଆ ମହିଳା ପୁରୁଷମାନେ ବୁଧବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ପହଞ୍ଚି ଅଭିଯୋଗ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories