www.samajalive.in
Monday, December 8, 2025
27.1 C
Bhubaneswar

ଅଯୋଧ୍ୟାରୁ ଆସିଲା ଅକ୍ଷତ କଳସ; ମହାସମାରୋହରେ ପାଛୋଟି ନେଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ଅଯୋଧ୍ୟାଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ପ୍ରତିଷ୍ଠା ଉତ୍ସବକୁ ଆଉ କିଛି ଦିନ ବାକି। ଏଣୁ ଭାରତର କୋଣ ଅନୁକୋଣକୁ ଅଯୋଧ୍ୟାରୁ ପହଞ୍ଚୁଛି ଅକ୍ଷତ କଳସ। ଯାହାକି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ନିମନ୍ତ୍ରଣ ପତ୍ର ଦେବା ସହ ଗାଁ ଗାଁକୁ ପହଞ୍ଚୁଛି କଳସ। ରବିବାର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଜଗନ୍ନାଥପୁରରେ ନୂତନ ଭାବେ ହୋଇଥିବା ହନୁମାନ ମନ୍ଦିରରେ ଅକ୍ଷତ କଳସ ପହଞ୍ଚିଥିବା ଦେଖିବାକୁ ମିଳିଛି। ଗ୍ରାମର ମହିଳା ପୁରୁଷମାନେ ଭକ୍ତି ଭାବର ସହ ନିଜ ନିଜର ମାଟି କଳସ ଧରି ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ଖୋଜିରୀଗୁଡା ନାଳ ପାଖରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ପଦଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଅଯୋଧ୍ୟା ଶ୍ରୀରାମଙ୍କ ପାଖରୁ ଆସିଥିବା ଅକ୍ଷତ କଳସକୁ ସ୍ଥାନୀୟ ହନୁମାନ ମନ୍ଦିରକୁ ପାଛୋଟି ନେଇଥିଲେ। ସେଠାରେ ଗୋଟିଏ ରାତି ରଖି ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବାର ବ୍ୟବସ୍ଥା କରାଯାଇଛି। ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ, ସଂକୀର୍ତ୍ତନ ଏବଂ ଭଜନ ପରିବେଷଣ କରାଯାଇ ଗୀତା ମହାପାଠ ଯଜ୍ଞ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories