www.samajalive.in
Monday, December 8, 2025
27.1 C
Bhubaneswar

ଲ୍ୟାମ୍ପ ଉପସଭାପତି ଭାବେ ପ୍ରମିଳା କାଡ୍ରାକା ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲି ଠାରେ ଉପସଭାପତି ଭାବେ ପ୍ରମିଳା କାଡ୍ରାକା ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କସ୍ତୁରୀ ସନ୍ୟାସୀ ରାଜୁ ଘୋଷଣା କରିଥିଲେ । ଏଥିରେ ୧୫ ଜଣ ଡ଼ାଇରେକ୍ଟରଙ୍କ ମଧ୍ୟରୁ ଜଣେ ମାତ୍ର ପ୍ରମିଳା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅପରାହ୍ନ ପର୍ଯ୍ୟନ୍ତ କୌଣସି ଡ଼ାଇରେକ୍ଟର ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ପ୍ରମିଳାଙ୍କୁ ନିର୍ବାଚନ ଅଧିକାରୀ କସ୍ତୁରୀ ସନ୍ୟାସୀ ବିଜୟୀ ଘୋଷଣା କରିଥିଲେ । ଲ୍ୟାମ୍ପ ଶାଖା ପରିଚାଳକ ସିହେଚ କୋଟେଶ୍ୱର ରାଓଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ନବନିର୍ବାଚିତ ଲ୍ୟାମ୍ପ ସଭାପତି ଓ ଉପସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories