www.samajalive.in
Monday, December 8, 2025
20.1 C
Bhubaneswar

ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ପହରିଆ ସମ୍ପ୍ରଦାୟ : କେବେ ମିଳିବ ଜନଜାତି ମାନ୍ୟତା

କଳାହାଣ୍ଡି: କଳାହାଣ୍ଡି ଜିଲା ସଦରମହକୁମା ବ୍ଲକ ସିକୁଆଁ ପଞ୍ଚାୟତରେ ସ୍ବାଧୀନତାର ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ପହରିଆ ବା କମାର ସମ୍ପ୍ରଦାୟର ଲୋକେ। ପାହାଡରେ ରହୁଛନ୍ତି ଆଉ ଜିଉଁଛନ୍ତି ଅଭିଶପ୍ତ ଜୀବନ। ଏହାସହ ଆଦିବାସୀର ମାନ୍ୟତା ମଧ୍ୟ ମିଳିନାହିଁ। ଏମାନଙ୍କ କଥା ନା ଶୁଣୁଛି ପ୍ରଶାସନ ନା ପୂରଣ ହେଉଛି ଦୀର୍ଘ ଦଶନ୍ଧିର ଦାବି। ପଞ୍ଚାୟତକୁ ଶାସନ ସୂତା ଲମ୍ବିଛି ସତ ହେଲେ ଛାଡି ହୋଇଯାଇଛନ୍ତି ବିଜାପଡା ଓ ରୋଜନାପୁରର ପାହାଡିଆ ମଣିଷ। ଦୁଇଟି ଗାଁର ପରିବାର ସଂଖ୍ୟା ପ୍ରାୟ ୨୧ ଆଉ ଲୋକସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ। ହେଲେ ମୌଳିକ ଅଧିକାର ସହ ଶିକ୍ଷା ସ୍ବାସ୍ଥ୍ୟ ଆଜି ବି ଏମାନଙ୍କ ପାଇଁ ଅପହଞ୍ଚ।

- Advertisement -

ଗାଁକୁ ପାଖରେ ଯାଇଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା ଆଉ କିଛି ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ବ୍ରିଟିଶ ଶାସନ ସମୟରେ ଏମାନଙ୍କୁ ଆଦିବାସୀ ଜନଜାତିର ମାନ୍ୟତା ମିଳିଥିଲା। ହେଲେ ୧୯୩୬ ମସିହା ପରେ ବ୍ରିଟିଶ କବଳରୁ ମୁକୁଳିବା ପରେ ଏମାନେ ଆଦିବାସୀ ଜନଜାତିର ମାନ୍ୟତା ପାଇଁ ସଂଘର୍ଷ କରିଆସୁଛନ୍ତି।

ଏମାନେ ରାଜ୍ୟରେ ପଛୁଆ ବର୍ଗ ଭାବେ ପରିଗଣିତ। ହେଲେ ସରକାରଙ୍କ ଅନେକ ଯୋଜନା ଏହି ଅଞ୍ଚଳବାସୀଙ୍କୁ ମିଳିପାରୁନାହିଁ। ସେପଟେ ପଡୋଶୀ ଛତିଶଗଡ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଦିବାସୀ ଜନଜାତିର ମାନ୍ୟତା ମିଳିସାରିଛି । ଜିଲାରେ ପହରିଆ ସମ୍ପ୍ରଦାୟ ଶିକ୍ଷାରୁ ବଞ୍ଚିତ ଥିବା ବେଳେ ବିଜାପଡାର ପାର୍ବତୀ ପହରିଆ ହିଁ ଏକମାତ୍ର ଛାତ୍ରୀ ଯିଏକି ଅଷ୍ଟମ ଯାଏଁ ପଢିଛନ୍ତି। ହେଲେ ପରିବାର ପ୍ରତିପୋଷଣର ବୋଝ ଆଜି ତାଙ୍କୁ ସଜେଇ ଦେଇଛି ଶ୍ରମିକ।

ପହରିଆଙ୍କ ମୁଖ୍ୟ ବେଉଷା ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତ କରିବା। ହେଲେ କ୍ରମଶ ଜଙ୍ଗଲ ହ୍ରାସ ପାଇବା ସହ, ପ୍ଲାଷ୍ଟିକ ଯୁଗରେ ଏମାନଙ୍କ ବୃତ୍ତିରେ ପଡିଗଲାଣି ବେଡି । ଯାହାଫଳରେ ପରିବାର ଚଳାଇବାକୁ ଏଠାକାର ଅଞ୍ଚଳବାସୀ ଏବେ ଦାଦନ ମୁହାଁ। ରୋଗର ଚିକିତ୍ସା ପାଇଁ ଏଠାକାର ଲୋକଙ୍କୁ ଗୁଣିଆ ସାହା। ଏ ସମ୍ପର୍କରେ ଡିଆରଡିଏଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ଜନଜାତିର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories