www.samajalive.in
Thursday, December 11, 2025
27.1 C
Bhubaneswar

କଳାହାଣ୍ଡି ଜିଲା ସମ୍ବନ୍ଧରେ ଏନ୍‌ସିଇଆର୍‌ଟିବହିରେ ବିଭ୍ରାନ୍ତିକର ତଥ୍ୟ; କେନ୍ଦ୍ର ମାନବସଞ୍ଚଳବିକାଶ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ‘ଏନ୍‌ଭର୍ଣ୍ଣମେଣ୍ଟାଲ୍‌ ସାଇନ୍ସ’ (ଇଭିଏସ୍‌) ପୁସ୍ତକରେ ଓଡ଼ିଶାର କଳାହାଣ୍ଡି ଜିଲା ସମ୍ପର୍କରେ ତଥ୍ୟ ଉପସ୍ଥାପନ ହୋଇଛି। ଏଥିରେ କଳାହାଣ୍ଡି ଜିଲାକୁ ଦାରିଦ୍ର୍ୟ ଓ ଅନାହାରର ଭୂଖଣ୍ଡ ରୂପେ ଚିତ୍ରଣ କରାଯାଇଛି। ଏହା ବୁଦ୍ଧିଜୀବୀମାନଙ୍କ ନଜରକୁ ଆସିବା ପରେ ସମଗ୍ର କଳାହାଣ୍ଡି ଜିଲାରେ ଏହାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ଏ ସମ୍ପର୍କରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେନ୍ଦ୍ର ମାନବସଞ୍ଚଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ସେ ତାଙ୍କ ଆଲୋଚନାବେଳେ କଳାହାଣ୍ଡିର ପ୍ରକୃତ ଚିତ୍ର ଉ ପସ୍ଥା ପନା ନହୋଇ ପାରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହା ଦ୍ୱାରା ଗୋଟିଏ ଅଞ୍ଚଳର ଲୋକଙ୍କ ସ୍ୱାଭିମାନ ପ୍ରତିବିରାଟ ଉପହାସ ବୋଲି କହିଥିଲେ । ତୁରନ୍ତ ଏହାକୁ ବଜାରରୁ ପ୍ରତ୍ୟାହାର କରି ଆବଶ୍ୟକୀୟ ସଂଶୋଧନ ଉପରେ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ ।
ସମ୍ପ୍ରତି କଳାହାଣ୍ଡି ରାଜ୍ୟର ଦ୍ୱିତୀୟ ବୃହତ୍ତମ ଧାନ ଉତ୍ପାଦନକାରୀ ଜିଲ୍ଲା । ପ୍ରତିବର୍ଷ ୧ ହଜାର କୋଟି ଟଙ୍କାର ଧାନ ବିକ୍ରି କରି ଜିଲ୍ଲାର ଚାଷୀକୂଳ ରେକର୍ଡ ସୃଷ୍ଟି କରିଛନ୍ତି । କଳାହାଣ୍ଡି କପା ଉତ୍ପାଦନରେ ରାଜ୍ୟର ପ୍ରଥମ ଜିଲ୍ଲା ଏବଂ ଜିଲ୍ଲାରେ ବୃହତ୍‌ ଜଳବିଦ୍ୟୁତ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥି ସହିତ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ପ୍ରଭୃତ ଉନ୍ନତି ସାଧନ କରିଥିବାବେଳେ କୋମଳମତି ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ପୁସ୍ତକରେ ଏଭଳି ତଥ୍ୟ ଉ ପସ୍ଥା ପନା ଦାୟିତ୍ୱହୀନତାର ପରିଚୟ ଦିଏ ବୋଲି ସେ ମନ୍ତ୍ରୀ ଶ୍ରୀ ପୋଖରିୟାଲ୍‌ଙ୍କୁ ଜଣାଇଥିଲେ। ମନ୍ତ୍ରଣାଳୟ ତରଫରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପୋଖରିୟାଲ୍‌ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ। ଏଥି ସହିତ ମନ୍ତ୍ରୀ ମିଶ୍ର ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ହୃଷିକେଶ ସେନାପତିଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା ହୋଇଥିବା ଜଣା ପଡ଼ିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories