www.samajalive.in
Monday, December 8, 2025
27.1 C
Bhubaneswar

ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଭୁବନେଶ୍ବର/ରାୟପୁର: ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ବାଧୀନ ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ମୁମ୍ବାଇରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ସମ୍ମାନ ୨୦୨୦ କାର୍ଯ୍ୟକ୍ରମରେ ବର୍ଷର ସମ୍ମାନଜନକ ରେସିଲିଏଣ୍ଟ୍ ଯୋଗାଣ ଶୃଙ୍ଖଳା ପୁରସ୍କାରରେ ସମ୍ମାନିତ ହୋଇଛି।
କୋଭିଡ-୧୯ ପରି କଠିନ ସମୟରେ, ଉଭୟ ଉତ୍ପାଦନ ଏବଂ ଯୋଗାଣକୁ ବଜାୟ ରଖିବା ଏବଂ ଆତ୍ମନିର୍ଭରଶୀଳ ଭାରତର ଲକ୍ଷକୁ ଆଗକୁ ନେବା ପାଇଁ କିପରି ଉତ୍ସର୍ଗୀକୃତ ଭାବରେ କାର୍ୟ୍ୟ କଲା ସେ ବିଷୟରେ ଜେଏସପିଏଲ, ଏହି କାର୍ୟକ୍ରମରେ, ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲା ।

ସ୍ଥାନୀୟ ଯୋଗାଣକାରୀଙ୍କଠାରୁ କ୍ରୟ, ରିଭର୍ସ ଇଞ୍ଜିନିୟରିଂ, ପରିବହନ ସୁପରିଚାଳନା, ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡ ପାଳନ କରିବା ଭଳି ଅଭିନବ ପଦକ୍ଷେପ ଏବଂ ଆଭିମୁଖ୍ୟ ନିମନ୍ତେ ଜେଏସପିଏଲ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଜେଏସପିଏଲକୁ “ଟ୍ରାନ୍ସଫର୍ମେସନାଲ ଟିମ୍ ଡ୍ୟୁରିଙ୍ଗ ଟ୍ରାଇଙ୍ଗ ଟାଇମ୍” ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଭାରତୀୟ ଉଦ୍ୟୋଗ କ୍ଷେତ୍ରର ବହୁ ଭେଟେରାନ ମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଦ୍ଵାରା ଜେଏସପିଏଲକୁ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories