www.samajalive.in
Monday, December 8, 2025
27.1 C
Bhubaneswar

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

ଭୁବନେଶ୍ୱର : ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଡାଟା ସୁରକ୍ଷା ବା ଡାଟା ସିକ୍ୟୁରିଟିକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓପେଜେସ୍‌’କୁ ବଜାରରେ ପ୍ରଚଳନ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇଛି । ଜିଓପେଜେସ୍‌ର ବିଶେଷତ୍ୱ ହେଉଛି ଏହା ଅନ୍ୟ ବ୍ରାଉଜର ତୁଳନାରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ ।

- Advertisement -

ଜିଓପେଜେସ୍‌କୁ ଶକ୍ତିଶାଳୀ କ୍ରୋମିୟମ ବ୍ଲିଙ୍କ୍ ଇଞ୍ଜିନ ଉପରେ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ଏହି ଇଞ୍ଜିନର ହାଇସ୍ପିଡ କାରଣରୁ ବ୍ରାଉଜିଂର ଚମତ୍କାର ଅନୁଭୁତି ମିଳିଥାଏ । ଜିଓପେଜେସ୍‌କୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଡିଜାଇନ ଓ ବିକଶିତ କରାଯାଇଛି । ଇଂରାଜୀ ବ୍ୟତୀତ ଜିଓପେଜେସ୍‌ରେ ବର୍ତ୍ତମାନ ଅନ୍ୟ ୮ଟି ଭାରତୀୟ ଭାଷାରେ କାର୍ୟ୍ୟ କରିବାର ସାମର୍ଥ୍ୟ ରହିଛି । ପୂର୍ଣ୍ଣ ସ୍ୱଦେଶୀ ଭାବରେ ବିକଶିତ ଜିଓପେଜେସ୍ ଇଂରାଜୀ ସହିତ ହିନ୍ଦୀ, ମରାଠୀ, ତାମିଲ, ଗୁଜରାଟୀ, ତେଲଗୁ, ମାଲୟାଲମ, କନ୍ନଡ ଏବଂ ବେଙ୍ଗଲି ଆଦି ଭାରତୀୟ ଭାଷାରେ ବର୍ତ୍ତମାନ ପ୍ରଚଳିତ ହୋଇଛି ।

ଏଥିସହିତ ପର୍ସନାଲାଇଜଡ ହୋମ୍‌ସ୍କ୍ରିନ୍‌, ପର୍ସନାଲାଇଜଡ ଥିମ୍‌, ପର୍ସନାଲାଇଜଡ କଣ୍ଟେଣ୍ଟ୍‌, ଇନଫରମେଟିଭ କାର୍ଡସ, ଭାରତୀୟ ଭାଷାର କଣ୍ଟେଣ୍ଟ୍‌, ଆଡଭାନ୍‌ସ ଡାଉନଲୋଡ ମ୍ୟାନେଜର, ଇନ୍‌କଗ୍ନିଟୋ ମୋଡ୍ ଏବଂ ଆଡ୍ ବ୍ଲକର ଭଳି ସୁବିଧା ଜିଓପେଜେସ୍ ବ୍ରାଉଜରରେ ଗ୍ରାହକଙ୍କୁ ଉପଲବ୍ଧ ହେଉଛି । ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀ ଜିଓପେଜେସ୍ ୱେବ୍ ବ୍ରାଉଜର୍ ଗୁଗୁଲ୍ ପ୍ଲେ-ଷ୍ଟୋର୍ ରୁ ଡାଉନ୍‌ଲୋଡ୍ କରିପାରିବେ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories