www.samajalive.in
Thursday, December 11, 2025
27.1 C
Bhubaneswar

ପିଏସ୍‍ ମହାବିଦ୍ୟାଳୟରେ ନିଶାମୁକ୍ତ ସଚେତନତା ସଭା

ଝୁମ୍ପୁରା: ଝୁମ୍ପୁରା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ କୁଞ୍ଜବିହାରୀ ପ୍ରଧାନଙ୍କ ତ୍ୱତ୍ତାବଧାନରେ ନିଶାମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଏନଏସଏସର ଉଭୟ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ବର୍ତ୍ତମାନ ମଦ ମନୁଷ୍ୟକୁ କିପରି ବିପଥଗାମୀ କରାଉଛି ଏବଂ ମଦ ପିଉଥିବା ବ୍ୟକ୍ତିମାନଙ୍କ ପରିବାରରେ ଦିନକୁ ଦିନ ଅଶାନ୍ତି କିପରି ବଢ଼ି ଚାଲିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଜଣେ ବ୍ୟକ୍ତି ମଦ ପିଇବା ଦ୍ୱାରା ତାର ହିତାହିତ ଜ୍ଞାନ ଭୁଲି ପରିବାରଠାରୁ ଆରମ୍ଭ କରି ସାହି ପଡ଼ିଶା ତଥା ରାସ୍ତା ଘାଟରେ ଖରାପ ଭାଷା ଉଚ୍ଚାରଣ କରି ଆଗାମୀ ଯୁବପିଢିକୁ କିପରି ବିପଥଗାମୀ କରିବାର ରାସ୍ତା ଦେଖାଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଗ୍ରାମରେ କିଛି ବ୍ୟକ୍ତି ନିଶାସକ୍ତ ହୋଇ ବୁଲିବା ଦ୍ୱାରା ଆଗାମୀ ପିଢିକୁ କି ନୀତିଶିକ୍ଷା ମିଳୁଛି ତା ସହିତ ମଦ ପିଇବା ଦ୍ୱାରା ଶରୀରରେ କିପରି ରୋଗ ସୃଷ୍ଟି ହୋଇ ମଣିଷ ଶରୀରକୁ କ୍ଷୀଣ କରି ପକାଉଛି ସେ ସମ୍ପର୍କରେ ଆଲୋପାତ କରିଥିଲେ। ସରକାର ନିଶାଶକ୍ତ ବ୍ୟକ୍ତି ମାନଙ୍କ ପାଇଁ ଏପରୀ ଆଇନ ତିଆରୀ କରନ୍ତୁ ଯେପରୀ ଯେ ଆଗାମୀ ପୀଢିର ଯୁବ ସମାଜ ଏହି ଆଇନକୁ ଦେଖି ସଚେତନ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଅଧ୍ୟାପକ ଶଶାଙ୍କ ଶେଖର ନାୟକ, ପ୍ରଦ୍ୟୁମ୍ନ କୁମାର, ବିନାୟକ ମହାନ୍ତ, ନମିତା ସାହୁ, ଜ୍ୟୋସ୍ନା ମହାନ୍ତ ତଥା ଏନଏସଏସ ପ୍ରୋଗାମ ଅଧିକାରୀ ତ୍ରିଲୋଚନ ମହାନ୍ତ ପ୍ରମୁଖ। ଏନଏସଏସର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories