ଜେମାଦେଇପେଣ୍ଠ : ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଉଦେ ଶ୍ୟରେ ସରକାର ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଏହି ଯୋଜନା ସୀମାନ୍ତ ଅଞ୍ଚଳରେ ଦୋଛକିରେ ଅଟକି ଯାଇଛି। ପ୍ରସୂତି ତାର ପ୍ରସବକାଳୀନ ଆର୍ଥିକ ସହାୟତା ନପାଇ କହିବ କାହାକୁ, ଶୁଣିବ କିଏ ? ପରିସ୍ଥିତିରେ ପଡିଛନ୍ତି। ସୀମାନ୍ତ ଆନ୍ଧ୍ରପ୍ରଦେଶ ପୁଡେଶ୍ ପଞ୍ଚାୟତର ଲୋକ ସାଧାରଣ ସ୍ବାସ୍ଥ୍ୟ ସେବା ପାଇ ରାୟଗଡା ଜିଲା ଉପରେ ନିର୍ଭର କରିଥାନ୍ତି। ବଣ ପାହାଡ ଘେରା ରାସ୍ତାରେ ପାର୍ବତୀପୁରମ୍ ଯିବା ଅପେକ୍ଷା ଅନତି ଦୂରରେ ଥିବା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଥାନ୍ତି। ଫଳରେ ପ୍ରସୂତି ମହିଳା ପଡ଼ିଶାର ଟିକାକରଣ୍ ପ୍ରକ୍ରିୟାରେ ସାମିଲ ହୋଇ ମଧ୍ୟ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତୃତ୍ବ ଲାଭ କରିଥାଏ।
ତଥ୍ୟ ଅନୁଯାୟୀ କଲପା କୁନ୍ତିମା, ସୁଶିଲା କଲାପ, ହାରିକା ମମି, ମାଧୁରୀ କଲାପ ଓ ରଜେଶ୍ୱରୀ ହାରିକଙ୍କ ଭଳି ପ୍ରାୟ ୨୬ ଜଣ ପ୍ରସୂତି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ରେ ମାତୃତ୍ବ ଲାଭ କରିଥିଲେ ମଧ୍ୟ ନାପଡ଼ିଶାରୁ ନା ଓଡ଼ିଶାରୁ ପ୍ରସବକାଳୀନ ଆର୍ଥିକ ସହାୟତା ପାଇ ନାହାନ୍ତି। ଆନ୍ଧ୍ର ପ୍ରଶାସନର ନିୟମ ଅନୁସାରେ ଯଦି ପ୍ରସୂତି ସରକାରୀ ହସ୍ପିଟାଲରେ ମାତୃତ୍ବ ଲାଭ କରେ ତତକ୍ଷଣାତ ପ୍ରସୂତିର ବ୍ୟାଙ୍କ୍ ଖାତାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଏ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ସଂଯୋଜକ ରାଜେଶ୍ ପଟ୍ଟନାୟକ କହନ୍ତି ଯଦି ପ୍ରସୂତି ପଞ୍ଜିକୃତ ହୋଇ ଟିକାକରଣ ପ୍ରକ୍ରିୟାରେ ଭାଗ ନେଇଥିଲେସେ ଯେଉଁ ରାଜ୍ୟର ହୋଇଥିଲେ ବି ପ୍ରସବ କାଳୀନ ସହାୟତା ପାଇବା ପାଇଁ ହକଦାର।



