www.samajalive.in
Monday, December 8, 2025
20.1 C
Bhubaneswar

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ; ୩ ହଜାର ଟଙ୍କା ନେବାବେଳେ ଗିରଫ

ପାଟଣାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ବିଲ୍‌ କରିଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠଯନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୋଡାଲ ଅଫିସର ଦେବୀପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି ।
ପାାଟଣାଗଡଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଟଙ୍କଧର କୁମ୍ଭାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ସେ ବିଲ୍‌ ବାବଦକୁ ୩ଟି କିସ୍ତିରେ ୧.୬୦ ଲକ୍ଷ ଟଙ୍କା ପାଇସାରିଥିବା ବେଳେ ଚୂଡାନ୍ତ ବିଲ୍‌ ପାଇବା ପାଇଁ ନିର୍ମାଣ ସରିଥିବା ଗୃହର ଫଟୋ ସହ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରେ ଗତମାସ ୨୨ ତାରିଖରେ ଏକ ଆବେଦନପତ୍ର ଦାଖଲ କରିଥିଲେ। ୨୭ ତାରିଖ କାର୍ଯ୍ୟନିର୍ବାହୀ ଅଧିକାରୀ ସଂପୃକ୍ତଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଉକ୍ତ କାର୍ଯ୍ୟର ମାପ ଇତ୍ୟାଦି କରି ଚୂଡାନ୍ତ ବିଲ୍‌ ପ୍ରଦାନ କରିବାକୁ ନିର୍ଦେଶ ଦେବାପରେ ୩ ହଜାର ଟଙ୍କା ନ ଦେଲେ ଚୂଡାନ୍ତ ବିଲ୍‌ ପ୍ରଦାନ କରିବେ ନାହିଁ ବୋଲି ଶ୍ରୀ ମିଶ୍ର ରୋକଠୋକ୍‌ ଭାବେ ଶ୍ରୀ କୁମ୍ଭାରଙ୍କୁ କହିଥିଲେ ା ତେଣୁ ହିତାଧିକାରୀ ଶ୍ରୀ କୁମ୍ଭାର ଭିଜିଲାନ୍ସର ସହାୟତା ନେଇଥିଲେ। ସୋମବାର ପୂର୍ବାହ୍ଣ ସାଢେ ୧୦ଟାରେ ଶ୍ରୀ କୁମ୍ଭାର ଏନ୍‌ଏସି କାର୍ଯ୍ୟାଳୟ ପରିସରରେ କନିଷ୍ଠଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ୩ ହଜାର ଟଙ୍କା ଦେଇଥିଲେ ା ଟଙ୍କା ଗ୍ରହଣକରି ଶ୍ରୀ ମିଶ୍ର ତାଙ୍କ ବାଇକଡିକିରେ ରଖିବା କ୍ଷଣି ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଶ୍ରୀ ମିଶ୍ରଙ୍କୁ କାବୁକରି ଟଙ୍କା ଜବତ କରିଥିଲେ। ଚଢଉରେ ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ, ଇନ୍ସପେକ୍ଟର ସଦାନନ୍ଦ ପାଣି ଏବଂ ବଲାଙ୍ଗିର ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories