www.samajalive.in
Monday, December 8, 2025
27.1 C
Bhubaneswar

ଜନଧନ ଟଙ୍କା ଉଠାଣ ପାଇଁ ଶତାୟୁ ମହିଳାଙ୍କୁ ଖଟରେ ଶୁଆଇ ଘୋସାରି ଘୋସାରି ନେଲା ଝିଅ

ଖଡ଼ିଆଳ: ବ୍ୟାଙ୍କକୁ ନ ଆସିଲେ ଜନଧନ ଟଙ୍କା ଉଠାଣ ହୋଇପାରିବନି। ମ୍ୟାନେଜରଙ୍କଠାରୁ ଏକଥା ଜାଣିବା ପରେ ଜନଧନ ଖାତାରେ ଜମା ହୋଇଥିବା ୩ ମାସର ୧୫୦୦ ଟଙ୍କା ଉଠାଣ ପାଇଁ ଜଣେ ଶତାୟୁ ମହିଳାଙ୍କୁ ତାଙ୍କ ଝିଅ ଖଟିଆରେ ଶୁଆଇ ବ୍ୟାଙ୍କ ପର୍ଯ୍ୟନ୍ତ ଖଟକୁ ଘୋସାରି ଘୋସାରି ଆଣିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବରଗାଁ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ବ୍ୟବସ୍ଥା ଗରିବଙ୍କୁ ଉପହାସ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନାମତେ କରୋନା ପାଇଁ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଧନ ଖାତାଧାରୀ ମହିଳାମାନଙ୍କୁ ଏପ୍ରିଲ, ମେ ଏବଂ ଜୁନ ମାସ ସକାଶେ ପ୍ରତି ମାସ ୫୦୦ ଲେଖାଏଁ ମୋଟ ୧୫୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି କ୍ରମରେ ବରଗାଁ ଗ୍ରାମର ଶତାୟୁ ଶଯ୍ୟାଶାୟୀ ମହିଳା ଲବେ ହରିଜନଙ୍କ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଥିବା ବ୍ୟାଙ୍କ ଖାତାରେ ମଧ୍ୟ ୩ ମାସର ୧୫୦୦ ଶହ ଟଙ୍କା ଜମା ହୋଇଛି। ଏହି ଟଙ୍କା ଉଠାଣ ସକାଶେ ତାଙ୍କ ଝିଅ ପୁଞ୍ଜମତୀ ଶିଖା ବ୍ୟାଙ୍କକୁ ଯାଇ ତାଙ୍କ ମାଁ ଶଯ୍ୟାଶାୟୀ ଥିବାରୁ ବ୍ୟାଙ୍କ ପାସ୍‌ବୁକ୍‌ ସହିତ ଉଠାଣ ଫର୍ମ ଆଣିଥିବା କହି ଟଙ୍କା ଉଠାଣ ସକାଶେ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ବୃଦ୍ଧା ଜଣକ ବ୍ୟାଙ୍କକୁ ନଆସିଲେ ଟଙ୍କା ଦିଆଯିବ ନାହିଁ ବୋଲି ରୋକଠୋକ କହିଥିଲେ। ଫଳରେ ଝିଅ ପୁଞ୍ଜମତୀ ଶିଖା ଶଯ୍ୟାଶାୟୀ ମାଆ ଲବେ ହରିଜନଙ୍କୁ ଖଟରେ ଘୋସାରି ଘୋସାରି ନେଇ ବ୍ୟାଙ୍କକୁ ନେଇଥିଲେ। ଶେଷରେ ବ୍ୟାଙ୍କ ମ୍ୟାନେଜର ବୃଦ୍ଧା ଶଯ୍ୟାଶାୟୀ ଲବେ ହରିଜନଙ୍କୁ ଦେଖି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଭିନ୍ନ ମହଳରେ ନିନ୍ଦା କରାଯାଉଥିବା ବେଳେ ମାନବିକତା ହଜି ଯାଇଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। ଏ ନେଇ ବ୍ୟାଙ୍କ ମ୍ୟାନେଜର ଅଜିତ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ଅନେକ ଠକାମୀ ଘଟଣା ଲୋକ ଲୋଚନକୁ ଆସୁଥିବାରୁ ଖାତାଧାରୀ ନିଜ ନ ଆସିଲେ ଟଙ୍କା ଦିଆଯାଉନଥିବା ପ୍ରକାଶ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories