www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅଞ୍ଚଳର ୧୦ରୁ ଊର୍ଦ୍ଧ୍ବ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ଯାଜପୁର ୱାରିୟର୍ସ ଦଳ ବାଣପୁରର ମାଆ ବିଣାପାଣି କ୍ରିକେଟ ଟିମକୁ ପରାସ୍ତ କରି ଚାମ୍ପିଆନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସଂଗୀତ ନିର୍ଦେଶକ ସରୋଜ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସଅପ୍ ଦଳକୁ ପୁରସ୍କୃତ କରିଥିଲେ । ପ୍ରଦୀପ ବେହେରା ସ୍ଥାନୀୟ ଅଞ୍ଚଳରେ ଜଣେ କ୍ରିକେଟ ପ୍ରେମୀ ଭାବେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କରି ସ୍ମୃତିକୁ ମନେ ରଖିବା ପାଇଁ ଚଳିତ ବର୍ଷରୁ ଏହି କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇଛି । ଆଖପାଖ ଅଞ୍ଚଳ ସହିତ ସୁ ସମ୍ପର୍କ ରଖିବା ଓ ଭାଇଚାରା ବଜାୟ ରଖିବା ପାଇଁ ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ବୋଲି ଆୟୋଜକ ଷ୍ଟାଲିନ ଦାସ ସୂଚନା ଦେଇଛନ୍ତି। ଫାଇନାଲ ମ୍ୟାଚରେ ରଶ୍ମିରଂଜନଙ୍କୁ ମ୍ୟାନ୍ ଅପଂ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories