www.samajalive.in
Monday, December 8, 2025
27.1 C
Bhubaneswar

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ସୋସିଆଲ ମିଡିଆ ପୋଷ୍ଟ ପାଇଁ ହେବନି ଜେଲ୍

ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’  ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ କରିଦେଇଛନ୍ତି।

ଆଇଟି ଆକ୍ଟର ଏହି ଧାରା ସମ୍ବିଧାନର ଅନୁଚ୍ଛେଦ ‘୧୯(୧)କ’ ର ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି । ଯାହାକି ଭାରତର ନାଗରିକଙ୍କୁ ଭାଷଣ ଅବା ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଥାଏ। କୋର୍ଟ କହିଛନ୍ତି ଧାରା ‘୬୬ କ’ ହେଉଛି  ଅଭିବ୍ୟକ୍ତିର ସ୍ୱାଧୀନତା ବା ମୌଳିକ ଅଧିକାରର ଉଲ୍ଲଂଘନ।

- Advertisement -

କୋର୍ଟଙ୍କ ନିର୍ଦ୍ଦେଶ ପରେ ଫେସବୁକ୍, ଟ୍ୱିଟର, ଲିଙ୍କ୍ଡ ଇନ୍, ହ୍ବାଟ୍ସଆପ୍ ଭଳି ସୋସିଆଲ ମିଡିଆ ମିଡିଆ ବା ସାମାଜିକ ଗଣ ମାଧ୍ୟମରେ କୌଣସି ପୋଷ୍ଟ କରିଥିବାରୁ କାହାକୁ ଗିରଫ କରାଯିବ ନାହିଁ।

ଏହାପୂର୍ବରୁ, ଧାରା ‘୬୬ କ’  ଅନୁଯାୟୀ, ଇଣ୍ଟରନେଟରେ କୌଣସି ଲେଖା ଆଧାରରେ ପୁଲିସ ପାଖରେ କାହାକୁ ଗିରଫ କରିବାର ଅଧିକାର ଥିଲା। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଆଇଟି ଆକ୍ଟର ଧାରା ‘୬୬ କ’ କୁ ଚ୍ୟାଲେଞ୍ଜ କରାଯାଇଥିଲା।

ଆବେଦନକାରୀ ଶ୍ରେୟା ସିଙ୍ଗଲ ଏହି ନିଷ୍ପତ୍ତିକୁ ଏକ ପ୍ରମୁଖ ବିଜୟ ବୋଲି ଦର୍ଶାଇ କହିଛନ୍ତି ଯେ, ସୁପ୍ରିମକୋର୍ଟ ଲୋକମାନଙ୍କର ବକ୍ତବ୍ୟ ତଥା ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ କାଏମ ରଖିଛନ୍ତି ବା ସମର୍ଥନ କରିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories