www.samajalive.in
Monday, December 8, 2025
27.1 C
Bhubaneswar

ପିପିଲିରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିୟମ

ପିପିଲି:ପିପିଲି ପୌରାଞ୍ଚଳରେ ଖୁବ୍‍ ଶିଘ୍ର ସରକାରଙ୍କ ପକ୍ଷରୁ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ନେଇ ସବୁଜ ସଙ୍କେତ ମିଳିଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ଆଭାସି ମାଧ୍ୟମରେ ପିପିଲିର କ୍ରୀଡାବିତ୍‍, ଜନପ୍ରତିନିଧି ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପିପିଲି ଅଞ୍ଚଳରେ କ୍ରୀଡାର ବିକାଶ ନିମନ୍ତେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ସ୍ଥାନୀୟ ଅଞ୍ଚଳବାସୀ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପିପିଲିକୁ ବହୁତ ଭଲ ପାଆନ୍ତି, ତେଣୁ ଆପଣଙ୍କ ଦରଖାସ୍ତକୁ ମନ୍ତ୍ରୀ ଶ୍ରୀ ଦାଶ ପଠାଇବା ପରେ ଆପଣମାନେ ସଙ୍ଗେ ସଙ୍ଗେ ଖୁସିର ଖବର ପାଇବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ।

ରାଜଧାନୀ ଉପକଣ୍ଠ ପିପିଲି ପୌରାଞ୍ଚଳରେ ସରକାରୀ ବିଦ୍ୟାଳୟର ଖେଳପଡିଆ ବାଦ୍‍ ଅନ୍ୟ କୌଣସି ଖେଳପଡିଆ ନାହିଁ। ଫଳରେ ଏଠାକାର ଛାତ୍ରଛାତ୍ରୀ ଓ କ୍ରୀଡାବିତ୍‍ମାନେ ନିଜର କ୍ରୀଡାପ୍ରତିଭାର ବିକାଶ ଦିଗରେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପିପିଲି ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଆଜି ପୂର୍ବାହ୍ନରେ ଆଭାସି ମାଧ୍ୟମରେ ଅଞ୍ଚଳର ଜନପ୍ରତିନିଧି, କ୍ରୀଡାବିତ୍‍ ଓ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧପତ୍ର ପ୍ରଦାନ କରିଛନ୍ତି। ପିପିଲିରେ ଇଣ୍ଡୋର ଷ୍ଟାଡିୟମର ଆବଶ୍ୟକତା ଓ ଏନେଇ ଅଞ୍ଚଳବାସୀଙ୍କ ଦାବି ସଂପର୍କରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଲୋକପାତ କରିଥିଲେ। ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ପୂର୍ବତନ କାଉନସିଲର ରୀତା ନାୟକ, ମମତା ମଲ୍ଲିକ, ଗନ୍ଧର୍ବ ପରିଡା, କ୍ରୀଡାବିତ୍‍ ସଙ୍ଗୀତା ମେକାପ, ବିଦୁଲତା ସାହୁଙ୍କ ସମେତ ଅନ୍ୟ କେତେକ କ୍ରୀଡାବିତ୍‍ମାନେ ପିପିଲିରେ କ୍ରୀଡାର ବିକାଶ ପାଇଁ ପୌରାଞ୍ଚଳରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ। ଏକ ନୂଆ ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଥିବା ବେଳେ ଏଥିପାଇଁ ଯୁବପିଢୀଙ୍କୁ ସଶକ୍ତ କରିବାକୁ ହେବ ଓ ଯୁବପିଢୀଙ୍କୁ ସଶକ୍ତ କରିବାକୁ ହେଲେ କ୍ରୀଡାର ଉନ୍ନତି ସହ କ୍ରୀଡାବିତ୍‍ଙ୍କ ଉନ୍ନତି ମଧ୍ୟ ଜରୁରୀ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ଇତିମଧ୍ୟରେ କେତେକ କ୍ରୀଡାବିତ୍‍ଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଭିତ୍ତିଭୂମିର ଉନ୍ନତି ପାଇଁ ଅନେକ ଉନ୍ନୟନମୂଳକ ଯୋଜନା କରିଛନ୍ତି। ପିପିଲିବାସୀଙ୍କ ଆବଶ୍ୟକତା ଓ ଅନୁରୋଧ ରକ୍ଷା କରି ପିପିଲିରେ ଏକ ଭଲ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଖୁବ୍‍ଶିଘ୍ର ଅନୁମୋଦନ କରିବେ ବୋଲି ଶ୍ରୀ ପାଣ୍ଡିଆନ ଆଶାପ୍ରକାଶ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ସହ ଆଭାସି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକ ପରେ ଖୁବ୍‍ଶିଘ୍ର ପିପିଲିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହେବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories