www.samajalive.in
Monday, December 8, 2025
20.1 C
Bhubaneswar

ଆରମ୍ଭହେଲା ଭାରତ-ଫ୍ରାନ୍ସ ମିଳିତ ନୋୖ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ପକ୍ଷରୁ ତିନିଦିନିଆ ମିଳିତ ନୋୖ ସମରାଭ୍ୟାସ ଆରମ୍ଭ ହୋଇଛି। ରବିବାର ଠାରୁ ଆରବ ସାଗରରେ ଚାଲିଛି ଏହି ନୋୖ ସମରାଭ୍ୟାସ। ଏହା ତିନିଦିନ ଚାଲିବ। ଭାରତ ମହାସାଗର ଅଞ୍ଚଳରେ ଚୀନର ବର୍ଦ୍ଧିତ ଉପସ୍ଥିତି ସମସ୍ତଙ୍କର ଚିନ୍ତା ବଢାଇ ଦେଇଥିବାବେଳେ ଏହି ଦୁଇ ରାଷ୍ଟ୍ରର ମିଳିତ ନୋୖ ସମରାଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ଫ୍ରାନ୍ସ ନୋୖ ସେନା ପକ୍ଷରୁ ତାହାର ପରମାଣୁ ଶକ୍ତି ଚାଳିତ ବିମାନବାହୀ ଯୁଦ୍ଧଜାହାଜ ଚାର୍ଲସ ଡି ଗାଉଲେ ଏବଂ ତାହାର ସମୁଦାୟ ବିମାନବାହିନୀ ଆକ୍ରମଣାତ୍ମକ ଗୋଷ୍ଠୀକୁ ଏହି ସମରଭ୍ୟାସରେ ନିୟୋଜିତ କରାଯାଇଛି। ଏଥିରୁ ଏହି ସମରାଭ୍ୟାସକୁ ଫ୍ରାନ୍ସ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ଜଣାଯାଇଛି। ଏଥିସହିତ ଫ୍ରାନ୍ସ ପକ୍ଷରୁ ତାହାର ବହୁବିଧ ଅଭିଯାନ ପାଇଁ ସମର୍ଥ ପ୍ରେ।।ଭେନ୍ସ, ବାୟୁ ପ୍ରତିରକ୍ଷା ବିଧ୍ୱଂସୀକାରୀ ଚେଭାଲିୟର ପଲ୍‍ ଏବଂ ଯୋଗାଣକାରୀ ଜାହାଜ ବାର୍‍ ଆଦି ସାମିଲ ହୋଇଛି। ଚାର୍ଲସ ଡି ଗାଉଲେରେ ୧୨୦୦ ନୋୖସେନା ଅଧିକାରୀ ଓ ସୈନ୍ୟ ରହିଥିବାବେଳେ ସେଥିରେ ୨୦ଟି ରାଫେଲ ସାମୁଦ୍ରିକ ଜେଟ, ଦୁଇଟି ଇ-୨ସି ହକ୍‍ଆଇ ବିମାନ ଏବଂ ବହୁ ହେଲିକପ୍ଟର ରହିଛି।
ଏହି ଉନ୍ନବିଂଶତମ ବରୁଣ ନୋୖ ସମରାଭ୍ୟାସରେ ବିଭିନ୍ନ ରଣକୋୖଶଳ ପ୍ରଦର୍ଶନ କରାଯାଉଛି। ଏହାଦ୍ୱାରା ଉଭୟ ଦେଶର ନୋୖ ସେନା ପରସ୍ପରର ରଣକୋୖଶଳ ସମ୍ପର୍କରେ ଅବଗତ ହେବା ସହିତ ଉଭୟ ଉଭୟଙ୍କ ଠାରୁ ଶିକ୍ଷାଲାଭ କରିବେ ଏବଂ ଏକ ରଣକୋୖଶଳାତ୍ମକ କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସେମାନଙ୍କର ସାମର୍ଥ୍ୟକୁ ଅଧିକ ମଜଭୁତ କରିପାରିବେ ବୋଲି ଏକ ବିବୃତିରେ କୁହାଯାଇଛି। ଭାରତୀୟ ନୋୖସେନା ପକ୍ଷରୁ ଏହି ସମରାଭ୍ୟାସରେ କ୍ଷେପଣାସ୍ତ୍ର ଖଞ୍ଜାଯାଇଥିବା କୋଲକାତା ଶ୍ରେଣୀର ବିଧ୍ୱଂସୀକାରୀ, କ୍ଷେପଣାସ୍ତ୍ର ଖଞ୍ଜାଯାଇଥିବା ତର୍କଷ ଏବଂ ତଲୱାର ଭଳି ବିରାଟ ନୋୖଭେଳା, ସହାୟତା କରୁଥିବା ଜାହାଜ ଦୀପକ, ଏକ କଳାବରୀ ଶ୍ରେଣୀର ବୁଡାଜାହାଜ ଏବଂ ତଟରକ୍ଷାରେ ନିୟୋଜିତ ବିମାନ ସାମିଲ ହୋଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories