www.samajalive.in
Monday, December 8, 2025
27.1 C
Bhubaneswar

ଭାରତର ସର୍ବକନିଷ୍ଠ ଜୀବାଶ୍ମ ବିଜ୍ଞାନୀ

ବୟସ ମାତ୍ର ୧୩ବର୍ଷ, କିନ୍ତୁ ବର୍ଷକ ଭିତରେ ସେ ୧୧୪ରୁ ଅଧିକ ଜୀବାଶ୍ମ ଠାବ କରିସାରିଛନ୍ତି। ତାଙ୍କ ପାଖରେ ଏତେ ଜୀବାଶ୍ମ ନମୂନା ରହିଛି ଯେ ସେଥିରେ ସେ ଛୋଟ ସଂଗ୍ରହାଳୟଟିଏ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି ପ୍ରତିଭା ହେଲେ ଚେନ୍ନାଇର ଅଶ୍ୱଥା ବିଜୁ। ପିଲାଦିନେ ମା’ଙ୍କ ସହ ସଂଗ୍ରହାଳୟ ବୁଲିଯାଇଥିବା ବେଳେ ଏକ ଜୀବାଶ୍ମ ନମୂନା ଦେଖି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା।

ଏହାପରେ ସେ ନିଜ ସ୍ତରରେ ଏଗୁଡିକ ଖୋଜିବା ଆରମ୍ଭ କଲେ। ତାଲାବନ୍ଦ ଭିତରେ ଅଶ୍ୱଥା ନିଜର ଏକ ଡିଜିଟାଲ ସଂଗ୍ରହାଳୟ ଆରମ୍ଭ କରିଛନ୍ତି। ଏଥିରେ ସେ ନିଜେ ପାଇଥିବା ଜୀବାଶ୍ମର ଆକାର, ନାମ, ପାଇଥିବା ସ୍ଥାନର ନାମ, ଜୀବାଶ୍ମର ବୟସ, କାଳଖଣ୍ଡ ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଉଛନ୍ତି। ତାଙ୍କ ଫେସ୍‍ବୁକ ପେଜ୍‍ରେ ଏସବୁ ତଥ୍ୟ ଜାଣି ଆହୁରି ଅନେକ ଲୋକ ଜୀବାଶ୍ମ ସଂଗ୍ରହ ପ୍ରତି ଆଗ୍ରହ ପ୍ରକାଶ କଲେଣି। ଅଶ୍ୱଥାଙ୍କୁ ବହୁ ଉଚ୍ଚସ୍ତରୀୟ ସେମିନାରରେ ଚର୍ଚ୍ଚା କରିବା ଲାଗି ନିମନ୍ତ୍ରଣ କରାଯାଉଛି। ବରିଷ୍ଠ ଗବେଷକମାନେ ମଧ୍ୟ କୁନି ଅଶ୍ୱଥାଙ୍କ ତଥ୍ୟ ଧ୍ୟାନର ସହ ଶୁଣିଥାନ୍ତି। ଅଶ୍ୱଥା ବଡ ହେଲେ ଜଣେ ଜୀବାଶ୍ମ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏ କ୍ଷେତ୍ରରେ ସୁଯୋଗ ଖୁବ୍‍ କମ୍‍ ଥିବାରୁ, ସୁବିଧା ନମିଳିଲେ ସେ ଆଇଏଫ୍‍ଏସ୍‍ ହେବାକୁ ଇଚ୍ଛା ପ୍ରକାଶ କରନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories