www.samajalive.in
Monday, December 8, 2025
27.1 C
Bhubaneswar

ଭାରତର ଜିଡ଼ିପି ଅଭିବୃଦ୍ଧି ୭.୫%ରୁ ୧୨.୫% ମଧ୍ୟରେ ହେବା ସମ୍ଭାବନା: ବିଶ୍ୱବ୍ୟାଙ୍କ ରିପୋର୍ଟ

ୱାଶିଂଟନ: କୋଭିଡ-୧୯ ମହାମାରୀ ପ୍ରଭାବ ଏବଂ ଗତ ଏକବର୍ଷ ଧରି ଦେଶବ୍ୟାପୀ ଲକ୍‍ଡାଉନ ଜନିତ ପରିସ୍ଥିତିରୁ ଭାରତୀୟ ଅର୍ଥନୀତିର ସୁଧାର ଚମତ୍କାର ଢଙ୍ଗରେ ହୋଇଛି, କିନ୍ତୁ ଏହା ଉପରୁ ବିପଦ ଏବେ ମଧ୍ୟ ଟଳିନାହିଁ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ଅନୁମାନ କରାଯାଇଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୫%ରୁ ୧୨.୫% ମଧ୍ୟରେ ରହିପାରେ।
ୱାଶିଂଟନସ୍ଥିତ ବିଶ୍ୱ ବ୍ୟାଙ୍କ ତାହାର ସଦ୍ୟତମ ଦକ୍ଷିଣ ଏସିଆ ଅର୍ଥନୈତିକ ଫୋକସ୍‍ ରିପୋର୍ଟରେ କହିଛି, କୋଭିଡ-୧୯ ମହାମାରୀ ବ୍ୟାପିବା ଆରମ୍ଭ ହେବା ସମୟରେ ଦେଶର ଅର୍ଥନୀତି ମନ୍ଥର ଅବସ୍ଥାରେ ରହିଥିଲା। ୨୦୧୭ ଆର୍ଥିକ ବର୍ଷରେ ଏହା ୮.୩%ରେ ପହଂଚିବା ପରେ ୨୦୨୦ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୪%କୁ ହ୍ରାସପାଇଥିଲା। ବେସରକାରୀ ଉପଭୋକ୍ତା ଅଭିବୃଦ୍ଧି କ୍ଷେତ୍ରରେ ହ୍ରାସ ଏବଂ ଆର୍ଥିକ କ୍ଷେତ୍ରରେ ବୃହତ ଅଣ ବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ ସଂସ୍ଥା ଦେବାଳିଆ ହେବା ଜନିତ ଧକ୍କା କାରଣରୁ ଅର୍ଥନୀତିରେ ମନ୍ଥର ଅବସ୍ଥା ପରିଲକ୍ଷିତ ହୋଇଥିଲା। ପୂର୍ବରୁ ପୁଞ୍ଜିନିବେଶ କ୍ଷେତ୍ରରେ ରହିଥିବା ଦୁର୍ବଳ ସ୍ଥିତି ଏହାକୁ ଅଧିକ ଗୁରୁତର କରିଦେଇଥିଲା।
ତେବେ ସଂପ୍ରତି ମହାମାରୀ ଓ ନୀତିଗତ କ୍ଷେତ୍ରରେ ଅନିଶ୍ଚିତ ଅବସ୍ଥା ପରିପ୍ରେକ୍ଷୀରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡ଼ିପି ଅଭିବୃଦ୍ଧି ୭.୫%ରୁ ୧୨.୫% ମଧ୍ୟରେ ହୋଇପାରେ। ଅବଶ୍ୟ ଟିକାକରଣ ଅଭିଯାନ କିଭଳି ଅଗ୍ରସର ହେଉଛି, ପୁନଃ ଲକ୍‍ଡାଉନ ଜାରି ହେଉଛି କି ନହିଁ ଏବଂ ବିଶ୍ୱ ଅର୍ଥନୀତିରେ କେତେ ଶୀଘ୍ର ସୁଧାର ଆସୁଛି, ଏସବୁ ଉପରେ ଦେଶର ଜିଡ଼ିପି ଅଭିବୃଦ୍ଧି ନିର୍ଭର କରୁଛି।
ବର୍ଷକ ପୂର୍ବର ସ୍ଥିତିରୁ ଭାରତ କେତେଦୂର ଆଗକୁ ଆସିଛି ତାହା ବାସ୍ତବରେ ଉଲ୍ଲେଖଯୋଗ୍ୟ। ବର୍ଷକ ପୂର୍ବରୁ ମାନ୍ଦା ଅବସ୍ଥା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା ଏବଂ ପ୍ରାୟ ସମସ୍ତ କ୍ଷେତ୍ରରେ କାର୍ଯ୍ୟକଳାପ ୩୦ରୁ ୪୦% ହ୍ରାସ ପାଇଥିଲା। ଟିକା କେବେ ପ୍ରସ୍ତୁତ ହେବ, ସେଥିନେଇ ନିଶ୍ଚିତତା ନଥିଲା। ତାହାସହିତ ମହାମାରୀକୁ ନେଇ ମଧ୍ୟ ବ୍ୟାପକ ଅନିଶ୍ଚିତ ଅବସ୍ଥା ଲାଗି ରହିଥିଲା। ଯଦି ତାହାକୁ ବର୍ତ୍ତମାନ ସ୍ଥିତି ସହିତ ତୁଳନା କରାଯାଏ, ତେବେ ଭାରତ ପୂର୍ବ ଅବସ୍ଥାକୁ ଫେରୁଛି। ଏହା ଅନେକ କାର୍ଯ୍ୟକଳାପକୁ ଉନ୍ମୁକ୍ତ କରିଛି, ଟିକାକରଣ ଆରମ୍ଭ ହୋଇଛି ଏବଂ ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ରହିଛି ବୋଲି ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ ଅଂଚଳ ପାଇଁ ଥିବା ମୁଖ୍ୟ ଅର୍ଥନୀତିଜ୍ଞ ହାନ୍‍ସ ଟିମର କହିଛନ୍ତି। ଏସବୁ ସତ୍ୱେ ପରିସ୍ଥିତି ଏବେମଧ୍ୟ ଆହ୍ୱାନମୂଳକ ହୋଇ ରହିଛି। କରୋନର ଦ୍ୱିତୀୟ ଲହର ଦେଶରେ ପରିଲକ୍ଷିତ ହେଉଛି। ଭାରତର ବିଶାଳ ଜନସଂଖ୍ୟାକୁ ଟିକାକରଣ କରିବା ମଧ୍ୟ ଏକ ବିରାଟ ଆହ୍ୱାନ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories